ଜୁନ ୧ ରୁ ଗୁଗୁଲର ଏହି ସେବା ପାଇଁ ଦେବାକୁ ପଡିବ ଦେୟ

ନୂଆଦିଲ୍ଲୀ: ଯଦି ଆପଣ ଉଚ୍ଚମାନର ଫଟୋ ପାଇଁ ଗୁଗୁଲର ‘ଗୁଗୁଲ୍ ଫଟୋ’ ସେବା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଟଙ୍କା ଗଣିବାକୁ ପଡିବ | ଗୁଗୁଲ ଘୋଷଣା କରିଛି ଯେ ୧ ଜୁନ୍ ୨୦୨୧ ପରେ ଗୁଗୁଲ୍ ଫଟୋ ସେବା ମାଗଣାରେ ଉପଲବ୍ଧ ହେବ ନାହିଁ। ଅର୍ଥାତ, ଜୁନ ମାସଠାରୁ ଆପଣଙ୍କୁ ଏହି କ୍ଲାଉଡ୍ ସେବା ବ୍ୟବହାର କରିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ସୂଚନା ଥାଉ କି ଯେ କୌଣସି ଉପଭୋକ୍ତା ବର୍ତ୍ତମାନ ସେମାନଙ୍କର ଅସୀମିତ ଫଟୋକୁ ଗୁଗୁଲ୍ ଫଟୋରେ ରଖିପାରୁଛନ୍ତି ଏବଂ ଏଥିପାଇଁ କମ୍ପାନୀ ଆପଣଙ୍କଠାରୁ କୌଣସି ଦେୟ ଆଦାୟ କରେ ନାହିଁ |

ଗୁଗୁଲ ଘୋଷଣା କରିଛି ଯେ ଜୁନ ୧ ତାରିଖରୁ ଏହାର ଗୁଗୁଲ ଫଟୋ ସେବା ପାଇଁ ଉପଭୋକ୍ତାଙ୍କୁ ଚାର୍ଜ ଦେବାକୁ ପଡିବ । ତେବେ ଗୁଗୁଲ ସ୍ପଷ୍ଟ କରିଛି ଯେ ୧୫ ଜିବି ଷ୍ଟୋରେଜ୍ ଉପରେ କୌଣସି ଦେୟ ଲାଗୁ ହେବ ନାହିଁ। ସେହିପରି ଗୁଗୁଲ ଏହାର ଗ୍ରାହକ ଆକାଉଣ୍ଟ ପାଇଁ ନୂତନ ନୀତି ଆଣିବାକୁ ଯାଉଛି | ଯାହା ଆସନ୍ତା ବର୍ଷ ଜୁନ୍ ୧ ରୁ କାର୍ଯ୍ୟକାରୀ ହେବ। ଯଦି ଉପଭୋକ୍ତାମାନେ ୧୫ ଜିବିରୁ ଅତିରିକ୍ତ ତଥ୍ୟ ଆବଶ୍ୟକ କରନ୍ତି, ତେବେ ସେମାନଙ୍କୁ ମାସକୁ ୧୪୬ ଟଙ୍କା ଦେବାକୁ ପଡିବ |

କମ୍ପାନୀ ତରଫରୁ ଏହାର ନାମ ଗୁଗୁଲ୍ ୱାନ୍ ରଖାଯାଇଛି। ଯାହାର ବାର୍ଷିକ ସବସ୍କ୍ରିପସନ୍ ଚାର୍ଜ ପ୍ରାୟ ୧୪୬୪ ଟଙ୍କା ଦେବାକୁ ପଡିବ | ତେବେ ଏହି ଦେୟ ଦେଲେ ପୁରୁଣା ଫଟୋଗୁଡ଼ିକ ପୂର୍ବ ପରି ସୁରକ୍ଷିତ ଭାବରେ ଗଚ୍ଛିତ ହେବ | ତେବେ ଗୁଗୁଲ୍ ପିକ୍ସେଲ ୨ ସ୍ମାର୍ଟଫୋନ୍ ଗ୍ରାହକମାନେ ମାଗଣା ଫଟୋ ବ୍ୟାକଅପ୍ ବ୍ୟବହାର କରିବାକୁ ସକ୍ଷମ ହେବେ। ସେହିଭଳି ଗୁଗୁଲ୍ ପିକ୍ସେଲ୍ ୨,୩,୪,୫ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମଧ୍ୟ ମାଗଣା ଫଟୋ ଏବଂ ଭିଡିଓ ଷ୍ଟୋରେଜ୍ ପାଇବେ |

ସମ୍ବନ୍ଧିତ ଖବର