ଜୟ ଶ୍ରୀରାମ କହିବାରୁ ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ନଦିୟାରେ ଜୟ ଶ୍ରୀରାମ କହିବାରୁ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଜୟ ଶ୍ରୀରାମ କହିବା ପରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ | ଏଥିରେ ସେ ଗୁରୁତର ହୋଇଯାଇଥିଲେ | ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ନଦିୟା ଜିଲ୍ଲାର ସ୍ୱରୂପନଗରରେ ରହୁଥିବା ବିଜେପି କର୍ମୀ କୃଷ୍ଣ ଦେବନାଥଙ୍କୁ ଶୁକ୍ରବାର ରାତିରେ ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା |

ପରେ ପରିବାର ସଦସ୍ୟ ତାଙ୍କୁ କୋଲକାତାର ଏନଆରଏସ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ଏହାକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସର ସମର୍ଥକମାନେ ତାଙ୍କୁ ହତ୍ୟା କରିଛନ୍ତି | ବିଜେପି ନେତାମାନେ କହିଛନ୍ତି ଯେ ଶ୍ରୀରାମଙ୍କ ନାମ ନେବାରୁ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ |

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଡ଼ରାଇବା ପାଇଁ ଏଭଳି ପନ୍ଥା ଆପଣାଉଥିବାର ବିଜେପି ନେତା ଅଭିଯୋଗ କରିଛନ୍ତି | ଏହାକୁ ନେଇ ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ କହିଲେ ଟିଏମସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରୁଛନ୍ତି | ପୁଲିସ ଟିଏମସି ବଦଳରେ ବିଜେପି କର୍ମୀଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରୁଛି |

ସମ୍ବନ୍ଧିତ ଖବର