ଟିକଟକରୁ ବାହାରି ରିଲସରେ ଯୋଗଦେବାକୁ ଫେସବୁକ ଦେଉଛି ଟଙ୍କା !

ନୂଆଦିଲ୍ଲୀ: ଭାରତରେ ଟିକଟକ ନିଷେଧ ହେବା ପରେ ଫେସବୁକ୍ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚେଷ୍ଟା କରୁଛି। ଟିକଟକ ନିଷେଧ ହେବାର ଅଳ୍ପ ସମୟ ପରେ ଟିକଟକ୍ ପରି ଏକ ଭିଡିଓ ଫିଚର କମ୍ପାନୀ ଇନଷ୍ଟାଗ୍ରାମରେ ରିଲ୍ସ ଭାବରେ ଲଞ୍ଚ ହୋଇଥିଲା। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଟିକଟକ ବ୍ୟବହାରକାରୀଙ୍କୁ ରିଲ୍ସ ପ୍ରତି ଆକର୍ଷିତ କରିବା ପାଇଁ ଫେସବୁକ୍ ଟଙ୍କା ପ୍ରଦାନ କରୁଛି, ଯାହାର ଟିକଟକ ଅନୁସରଣକାରୀମାନେ ବହୁତ ଅଧିକ ଥିଲେ।

ରିପୋର୍ଟ ଅନୁଯାୟୀ, ଫେସବୁକ୍ ଷ୍ଟାର ଟିକଟକ କ୍ରିଏଟରମାନଙ୍କୁ ଇନଷ୍ଟାଗ୍ରାମ ରିଲରେ ସ୍ୱତନ୍ତ୍ର ପୋଷ୍ଟ କରିବାକୁ ପ୍ରସ୍ତାବ ଦେଇଛି। କୁହାଯାଉଛି ଯେ ଫେସବୁକ ଏହି କ୍ରିଏଟରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି।

ଜଣେ ଫେସବୁକ୍ ମୁଖପାତ୍ର ଫୋର୍ବସକୁ କହିଛନ୍ତି ଯେ ଉଦୀୟମାନ କ୍ରିଏଟରମାନଙ୍କ ସହ ମିଶି କାର୍ଯ୍ୟ କରୁଛୁ। ଭାରତରେ ଟିକଟକ ଉପରେ ନିଷେଧାଦେଶ ଜାରି କରାଯାଇଛି, କିନ୍ତୁ ବର୍ତ୍ତମାନ ଏହି ଆପ୍ ଆମେରିକାରେ ମଧ୍ୟ ନିଷିଦ୍ଧ ହେବ ବୋଲି ଚର୍ଚ୍ଚା ଜାରି ରହିଛି । ଆଉ ସେଥିପାଇଁ ଫେସବୁକ ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି |

ସମ୍ବନ୍ଧିତ ଖବର