ଟେରର୍ ଫଣ୍ଡିଂ ମାମଲା: ବିଚ୍ଛିନତାବାଦୀ ନେତାଙ୍କୁ ପାଣ୍ଠି ଦେଉଛି ପାକ୍‌ ହାଇ କମିସନ୍‌

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗତକାଲି ଟେରର୍‌ ଫଣ୍ଡିଂ ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ୟାସିନ ମଲିକ ଏବଂ ଅନ୍ୟ ୪ ଜଣ କଶ୍ମୀର ବିଚ୍ଛିନତାବାଦୀଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏନ୍‌ଆଇଏ ଦ୍ବାରା ଦାଖଲ ହୋଇଥିବା ୩,୦୦୦ ପୃଷ୍ଠାର ଚାର୍ଜସିଟ୍‌‌ରେ ଦାବି ହୋଇଛି ଯେ କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ପାକିସ୍ତାନ ହାଇ କମିସନ୍‌ ବିଚ୍ଛିନତାବାଦୀଙ୍କୁ ସହଯୋଗ କରୁଛି ଏବଂ ସେମାନଙ୍କୁ ପାଣ୍ଠି ଯୋଗାଉଛି। ଏନ୍‌ଆଇଏ କହିଛି ‌ଯେ ମଲିକ ଏବଂ ଶବିର ଶାହର ଇମେଲ୍‌ରୁ ଗୁରୁତ୍ବପୂର୍ଣ୍ଣ ଚାଟ୍‌ ମିଳିଛି। ୟାସିନ ମଲିକ୍‌ ମଧ୍ୟ କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ହାୱଲା ଚ୍ୟାନେଲ୍‌ ଦ୍ବାରା ବିଦେଶରୁ ପାଣ୍ଠି ପାଉଥିଲା ବୋଲି ଜଣାପଡ଼ିଛି। ୟାସିନ ମଲିକ୍‌ ସମେତ ୫ ଜଣ ବିଚ୍ଛିନତାବାଦୀ ନେତା କଶ୍ମୀରରେ ବଡ଼ ଧରଣର ହିଂସା ଓ ଆନ୍ଦୋଳନ ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଏନ୍‌ଆଇଏ ଦାବି କରିଛି।

ସମ୍ବନ୍ଧିତ ଖବର