ଟ୍ରମ୍ପ୍‌-କିମ୍‌ ଶିଖର ବୈଠକ: ଟ୍ରେନ୍‌ରେ ଭିଏତନାମ ଗଲେ କିମ୍‌

ପୋଙ୍ଗ୍‌ୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍‌ ଜଂଗ୍‌ ଉନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ଦ୍ବିତୀୟ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି ଭିଏତନାମ ଅଭିମୁଖେ ଟ୍ରେନ୍‌ରେ ଯାତ୍ରା ଆରମ୍ଭ କରିଛନ୍ତି। ଉତ୍ତର କୋରିଆ ସରକାରୀ ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ଗୁରୁବାର ଏହି ବୈଠକ ଅନୁଷ୍ଠିତ ହେବ ଏବଂ ସେଥି ପାଇଁ ଭିଏତନାମ ରାଜଧାନୀ ହନୋଇ ଅଭିମୁଖେ କିମ୍‌ ଜଂଗ୍‌ ବାହାରିଛନ୍ତି। କିମ୍‌ଙ୍କ ସହିତ ତାଙ୍କ ଭଉଣୀ କିମ୍‌ ୟୋ ମଧ୍ୟ ଗସ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର