ଡାଲ୍‌ ହ୍ରଦରେ ଛଟ୍‌ ପୂଜା ପାଇଁ ଅଭିଯାନ ଆରମ୍ଭ କଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ: ଡାଲ୍‌ ହ୍ରଦରେ ଛଟ୍‌ପୂଜା କରିବାକୁ କଶ୍ମୀର ଉପତ୍ୟକାବାସୀଙ୍କୁ ନିବେଦନ କରି ସାମାଜିକ ଗଣମାଧ୍ୟମ ଅଭିଯାନ ଆରମ୍ଭ କରିଛନ୍ତି ଆପ୍‌ର ବିଦ୍ରୋହୀ ନେତା କପିଳ ମିଶ୍ର।

କାରାଓ୍ଵାଲ୍‌ ନଗର ବିଧାୟକ କପିଳ ମିଶ୍ର ଦାବି କରିଛନ୍ତି ଯେ ଧାରା ୩୭୦କୁ ସରକାର ଅସିଦ୍ଧ ଘୋଷଣା କରିବାର ବହୁ ପୂର୍ବରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି।

ସେ କହିଛନ୍ତି: ଆମେ ଏଇ ଅଭିଯାନ ଆରମ୍ଭ କରିଛୁ। ସେ ସମୟରେ କଶ୍ମୀରର ବାତାବରଣରେ ଭାରତ ମାତା କି ଜୟ ନିଷିଦ୍ଧ ଥିଲା ତେଣୁ ଆମେ ଡାଲ୍‌ ହ୍ରଦକୁ ଯାଇ ଛଟ୍‌ପୂଜା ଅଭିଯାନ ଆରମ୍ଭ କଲୁ। ଏଥିରେ ଏଯାଏଁ ହଜାର ହଜାର ଲୋକ ରେଜିଷ୍ଟ୍ରି କରିଛନ୍ତି।

ସେ ବୁଝାଇ କହିଛନ୍ତି ଯେ ହୋଲି, ଦିଓ୍ଵାଲି ଏବଂ ଇଦ୍‌ ଭଳି ପର୍ବ ସମଗ୍ର ଦେଶରେ ପାଳନ କରାଯାଉଛି, ଏବେ ଆମେ ଏଇ ପର୍ବ ସବୁ କଶ୍ମୀରରେ ମଧ୍ୟ ପାଳନ କରିବା।

ବାକି ରାଜ୍ୟଗୁଡ଼ିକ ପରି କଶ୍ମୀର ଭାରତର ଏକ ଅଂଶ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର