ତାମିଲନାଡ଼ୁରେ ଦୁଇ ଓଡ଼ିଆ ଶ୍ରମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Clashes between two Oriya labor groups in Tamil Nadu

ଭୁବନେଶ୍ବର: ତାମିଲନାଡ଼ୁର ଏକ କାରଖାନାରେ ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଥୁକୁଲିସ୍ଥିତ ଅକିଲ୍ ଆପାରେଲ୍ ଏକ୍ସପୋର୍ଟ କମ୍ପାନିର ପରିଚାଳନା କର୍ତ୍ତୃପକ୍ଷଙ୍କ ସପକ୍ଷରେ ଗୋଟିଏ ଗୋଷ୍ଠୀ ଏବଂ ବିପକ୍ଷରେ ଆଉ ଏକ ଗୋଷ୍ଠୀ ବାହାରିବା ଫଳରେ ଏହି ‌ସଂଘର୍ଷ ହୋଇଛି। ପ୍ରଥମ ଗୋଷ୍ଠୀ ଓଡ଼ିଶାର ଗୀତାଙ୍କ ନେତୃତ୍ବରେ ଥିଲା। ତାଙ୍କ ପଟେ ପ୍ରାୟ ୯୯ ଜଣ ଶ୍ରମିକ ମ୍ୟାନେଜମେଣ୍ଟକୁ ସମର୍ଥନ କରିଥିଲେ। ଅନ୍ୟପଟେ ପ୍ରତମା ନାୟାର ନାମ୍ନୀ ଅନ୍ୟ ଜଣେ ଶ୍ରମିକଙ୍କ ନେତୃତ୍ବରେ ୩୧୬ ଜଣ ଶ୍ରମିକ ମ୍ୟାନେଜମେଣ୍ଟ ବିପକ୍ଷରେ ଯାଇଥିଲେ। ପ୍ରତିମାଙ୍କ ଗୋଷ୍ଠୀ କମ୍ପାନି ଠାରୁ ଉତ୍ତମ ଖାଦ୍ୟ, ଔଷଧ ଏବଂ ଡ୍ୟୁଟି ଆବଣ୍ଟନ ଦାବି କରିଥିଲେ। କିନ୍ତୁ ଗୀତାଙ୍କ ଗୋଷ୍ଠୀ ଉପରେ ପ୍ରଥମେ ପ୍ରତିମାଙ୍କ ଗୋଷ୍ଠୀ ଆକ୍ରମଣ କରିଥିଲେ। ଏହାପରେ ପରିଚାଳନା କର୍ତ୍ତୃପକ୍ଷ ଏବଂ ସୁରକ୍ଷାକର୍ମୀମାନେ ଘଟଣାରେ ହସ୍ତକ୍ଷେପ କରିଥିଲେ। ପ୍ରତିମା ଗୋଷ୍ଠୀ ପକ୍ଷରୁ କମ୍ପାନିର ମାନବ ସମ୍ବଳ ବିଭାଗ ପ୍ରବନ୍ଧକଙ୍କ ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ଏହି ଘଟଣାରେ ଆରଡିଓ ଏବଂ ଡିଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରତିମା ଗୋଷ୍ଠୀକୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। କିନ୍ତୁ ସେମାନେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରେ ଏହି ମାମଲାର ସମାଧାନ କରାଯିବା ସହିତ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଏହି କମ୍ପାନିରେ ପ୍ରାୟ ୭୦୦ କର୍ମଚାରୀ କାମ କରୁଥିବାବେଳେ ସେମାନଙ୍କ ମଧ୍ୟରେ ୪୧୭ ଜଣ ମହିଳା ଅଛନ୍ତି।

ସମ୍ବନ୍ଧିତ ଖବର