ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଫାରୂକ୍‌ ତକଲାଙ୍କୁ ଟାଡା କୋର୍ଟରେ ହାଜର କରାଯିବ

ନୂଆଦିଲ୍ଲୀ: ଦୁବାଇରୁ ଦେଶାନ୍ତର ହୋଇଥିବା ପଳାତକ ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଆଜି ମୁମ୍ବାଇ ଅଣାଯାଉଛି।

ଫାରୂକ୍‌ ତକ୍‌ଲା ନାମକ ସେ ସହଯୋଗୀ ଜଣକ ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଭାରତରୁ ଖସି ପଳାଇଥିଲେ। ତାଙ୍କ ବିରୋଧରେ ୧୯୯୫ ମସିହାରେ ଏକ ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ଜାରି କରାଯାଇଥିଲା। ସିବିଆଇ ଅଧିକାରୀମାନେ ତାଙ୍କୁ ଦୁବାଇରୁ ଗିରଫ କରିବା ପରେ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ର କର୍ତ୍ତୃପକ୍ଷମାନେ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଥିଲେ। ଆଜି ଭୋର୍‌ ସାଢ଼େ ପାଞ୍ଚଟା ବେଳେ ତକଲା ଏବଂ ସିବିଆଇ ଅଧିକାରୀମାନେ ଏୟାର୍‌ ଇଣ୍ଡିଆ ବିମାନରେ ଆସି ମୁମ୍ବାଇରେ ଅବତରଣ କରିଛନ୍ତି।

ତାଙ୍କୁ ଆଜି ମୁମ୍ବାଇର ଟାଡା କୋର୍ଟରେ ହାଜର କରାଯିବ।

ତାଙ୍କୁ ମୁମ୍ବାଇ ସ୍ଥିତି କଠୋର ନିରାପତ୍ତା ବ୍ୟବସ୍ଥାରେ ଥିବା ଅର୍ଥର୍‌ ରୋଡ୍‌ ସେଣ୍ଟ୍ରାଲ୍‌ ଜେଲ୍‌ରେ ରଖାଯାଉ ବୋଲି ସେ ସର୍ତ୍ତ ରଖିଛନ୍ତି।

ଏହି ଘଟଣାକୁ ଡନ୍‌ ଗ୍ୟାଙ୍ଗ୍‌ ଉପରେ ପ୍ରଚଣ୍ଡ ଧକ୍କା ବୋଲି ବରିଷ୍ଠ ଆଡ୍‌ଭୋକେଟ୍‌ ଉଜ୍ଜ୍ୱଳ ନିକମ କହିଛନ୍ତି।

ସମ୍ବନ୍ଧିତ ଖବର