ଦିଲ୍ଲୀରେ ୨ ଆପ୍‌ ବିଧାୟକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ଆଜି ଦୁଇ ଜଣ ଆପ୍‌ ବିଧାୟକ ଅନୀଲ କୁମାର ବାଜପେୟୀ ଏବଂ ଦେବେନ୍ଦ୍ର ଶେରାୱତଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଦଳ ବଦଳ କରିଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ କହିଛନ୍ତି। ଏହି ଦୁଇ ନେତା ଚଳିତବର୍ଷ ମେ’ ୩ ଏବଂ ୬ ତାରିଖରେ ଆପ୍‌ ଛାଡ଼ି ବିଜେପିରେ ‌ଯୋଗ ଦେଇଥିଲେ। ଉଭୟ ନେତାଙ୍କ ଅଯୋଗ୍ୟ ଘୋଷଣା ସେମାନେ ବିଜେପିରେ ଯୋଗ ଦେବା ଦିନରୁ ହିଁ ଲାଗୁ ହୋଇଛି। ‌ଉଲ୍ଲେଖଯୋଗ୍ୟ ଚଳିତ ମାସ ୨ ତାରିଖରେ ମଧ୍ୟ ଦିଲ୍ଲୀ ବିଧାନସଭା ବାଚସ୍ପତି ଆପ୍‌ ବିଧାୟକ କପିଲ ମିଶ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପାଇଁ ପ୍ରଚାର କରିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ମିଶ୍ରା ତାଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର