ଦିଲ୍ଲୀ ହାଇକୋର୍ଟରେ ‘ଉତ୍ତେଜକ ଭାଷଣ’ ମାମଲାର ଶୁଣାଣି, ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ

କେବଳ ୩ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇପାରିବ ନାହିଁ: କେନ୍ଦ୍ର

 

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ଏବଂ ବିଧାନସଭା ନିର୍ବାଚନ ସମୟରେ ଦିଆଯାଇଥିବା ଉତ୍ତେଜକ ଭାଷଣ ପାଇଁ କେବଳ ୩ ଜଣଙ୍କ ବୟାନକୁ ନେଇ ଶୁଣାଣି ଠିକ୍‌ ନୁହେଁ ବୋଲି ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏବେ ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରିବା ନିମନ୍ତେ ଅନୁକୂଳ ସମୟ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହଟା ଆଜି ଏହି ମାମଲାରେ ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିଥିଲେ ଏବଂ ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ କହିଥିଲେ। ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିଛନ୍ତି ଏବଂ ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାପାଇଁ କହିଛନ୍ତି। ୪ ସପ୍ତାହ ମଧ୍ୟରେ ଉତ୍ତେଜକ ଭାଷଣ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ଅବଗତ କରିବାପାଇଁ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଡିଏନ୍‌ ପଟେଲ ଏବଂ ଜଷ୍ଟିସ୍‌ ସି ହରଶଙ୍କରଙ୍କ ଦ୍ବାରା ଆଜି ଏହି ମାମଲାର ଶୁଣାଣି ହୋଇଥିଲା।

ଆଜି ଶୁଣାଣି ସମୟରେ ସଲିସିଟର ଜେନେରାଲ କହିଥିଲେ ଆବେଦନକାରୀମାନେ ନିର୍ଦ୍ଦିଷ୍ଟ ଭାବେ କିଛି ଉତ୍ତେଜକ ଭାଷଣକୁ ବାଛି ଏଫ୍‌ଆଇଆର ରୁଜୁ ପାଇଁ କହିପାରିବେ ନାହିଁ । ଆବେଦନକାରୀମା‌ନେ କେବଳ ୩ଟି ଉତ୍ତେଜକ ଭାଷଣ ବାଛିଛନ୍ତି। କିନ୍ତୁ ଆହୁରି ଅନେକ ଉତ୍ତେଜକ ଭାଷଣ ମଧ୍ୟ ଅଛି। ନିର୍ଦ୍ଦିଷ୍ଟ ଭାବେ ୩ ଜଣଙ୍କ ଉତ୍ତେଜକ ଭାଷଣ ପାଇଁ ଏଫ୍‌ଆଇଆର ରୁଜୁ ପାଇଁ କହିହେବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର