ଦୁର୍ଘଟଣାସ୍ଥଳରେ ମମତା-ଅଶ୍ବିନୀ କଥା କଟାକଟି

ଭୁବନେଶ୍ବର : ବାଲେଶ୍ବରର ବାହାନଗାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଭାରତର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି । ଏହାକୁ ନେଇ ସାରା ବିଶ୍ବରୁ ଶୋକ ସମ୍ବାଦ ପହଞ୍ଚିବାରେ ଲାଗିଛି । କିନ୍ତୁ ଏହି ବିପଦ ସମୟରେ ବି ରାଜନେତାମାନେ ନିଜ ନିଜର ମତଭେଦକୁ ଦୂର କରିପାରୁନାହାନ୍ତି ।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଥା କଟାକଟି ହୋଇଥିଲେ । ଶନିବାର ମମତା ଦୁର୍ଘଟଣାସ୍ଥ​ଳ ପରିଦର୍ଶନ କରିବା ପରେ ସାମ୍ବାଦିକମାନଙ୍କ ସହ କଥା ହେଉଥିଲେ । ଏହି ସମୟରେ ତାଙ୍କ ସହ ରେଳମନ୍ତ୍ରୀ ବୈଷ୍ଣବ ମଧ୍ୟ ଥିଲେ । ମମତା କହିଥିଲେ ଯେ ଏହି ମର୍ମନ୍ତୁଦ ଦୁର୍ଘଟଣା କାହିଁକି ଘଟିଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ସ୍ଥାନୀୟ ଲୋକେ କହୁଛନ୍ତି ଯେ ଏହି ଦୁର୍ଘଟଣାରେ ୫୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ସମୟରେ ବୈଷ୍ଣବ କହିଥିଲେ ଯେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୨୩୮ ରହିଛି । ଏହାର ଉତ୍ତରରେ ମମତା କହିଥିଲେ  ଯେ ତାହା ହେଉଛି ଗତରାତିର ତଥ୍ୟ । ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ଆହୁରି ବଢିଗଲାଣି । ଆହୁରି ୩ଟି ବଗିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାର ଜବାବରେ ବୈଷ୍ଣବ କହିଥିଲେ ଯେ ସମସ୍ତ ବଗିରୁ ଉଦ୍ଧାର କାମ ଶେଷ ହୋଇଛି ।

 

 

ସମ୍ବନ୍ଧିତ ଖବର