ନୂଆଦିଲ୍ଲୀ : ଜାପାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ବିକ୍ରି କରିବାକୁ ରାଜି ହୋଇଛି । ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜାପାନ ଗସ୍ତ କାଳରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ସହ ସାମରିକ ସହଯୋଗ ଉପରେ ଆଲୋଚନା କରିଥିଲେ । ଏହା ପରେ ଜାପାନ ନିଜର ଭାରତକୁ ଲଢୁଆ ବିମାନ, ଇଣ୍ଟରସେପ୍ଟର ମିସାଇଲ ବିକ୍ରି ପାଇଁ ରାଜି ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ୨୦୧୫ରେ ଭାରତ ଓ ଜାପାନ ସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର ପାଇଁ ଏକ ରାଜିନାମା କରିଥିଲେ । କିନ୍ତୁ ଏହା ପରେ ଏହି ରାଜିନାମା ଆଗେଇ ପାରୁନଥିଲା ।
ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଦେଶର ପୁନର୍ନିର୍ମାଣ ପାଇଁ ଜାପାନ ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ତାମଧ୍ୟରେ ରହିଛି ଦେଶର ବେସାମରିକରଣ ଓ ସାମରିକ ଅସ୍ତ୍ରଶସ୍ତ୍ର ରପ୍ତାନି ଉପରେ ସଂପୂର୍ଣ୍ଣ କଟକଣା ।
କିନ୍ତୁ ଏବେ ଏସିଆରେ ଚୀନର ଆଧିପତ୍ୟ ବଢିଥିବାରୁ ଜାପାନ ପୁଣି ସାମରିକରଣ ଆରମ୍ଭ କରି ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଜାପାନ ସରକାର ନିଜର ୭୦ ବର୍ଷର ନୀତିକୁ ବଦଳାଇ ଲଢୁଆ ବିମାନ, ଯୁଦ୍ଧ ଜାହାଜ ଆଦିର ନିର୍ମାଣ ଆରମ୍ଭ କରିଦେଇଛନ୍ତି । ଏହା ସହିତ ଭାରତ, ଅଷ୍ଟ୍ରେଲିଆ ସମେତ ମୋଟ ୧୨ଟି ଦେଶକୁ ସାମରିକ ରପ୍ତାନି ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି ।