ଧର୍ମସଂକଟରେ ରବୀନ୍ଦ୍ର ଜାଦେଜା : ପତ୍ନୀ ବିଜେପି ପ୍ରାର୍ଥୀ, କିନ୍ତୁ ବାପା ଓ ଉଭଣୀ କଂଗ୍ରେସକୁ ସମର୍ଥନ କରୁଛନ୍ତି

ନୂଆଦିଲ୍ଲୀ :  ଆଗକୁ ଗୁଜୁରାଟ ନିର୍ବାଚନ ଥିବାବେଳେ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକ ଅଜବ ସମସ୍ୟାରେ ଫସିଯାଇଛନ୍ତି । ତାଙ୍କ ପତ୍ନୀ ରିଭବା ଜାଦେଜା ଜାମନଗର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ରବୀନ୍ଦ୍ରଙ୍କ ଭଉଣୀ ନୟନାଭ ଜାଦେଜା କଂଗ୍ରେସ ଦଳର ସଦସ୍ୟା ହୋଇଥିବାରୁ ସେ ନିଜ ଭାଉଜଙ୍କ ବିରୋଧରେ ପ୍ରଚାର କରୁଛନ୍ତି । ବିଜେପି ବଦଳରେ କଂଗ୍ରେସ ପ୍ରାର୍ଥୀ ଭୁପେନ୍ଦ୍ର ସିଂ ଜାଦେଜାଙ୍କୁ ଭୋଟ ଦେବାକୁ ସେ ଲୋକମାନଙ୍କୁ କହୁଛନ୍ତି । କେବଳ ଏତିକି ନୁହେଁ, ରବୀନ୍ଦ୍ରଙ୍କ ବାପା ଅନିରୁଦ୍ଧସିଂ ଜାଦେଜା ମଧ୍ୟ ନୟନାଭଙ୍କୁ ସମର୍ଥନ କରି କଂଗ୍ରେସ ସପକ୍ଷରେ ପ୍ରଚାର କରୁଛନ୍ତି । ଏପରିକି ଏକ ଭିଡିଓ ମାଧ୍ୟମରେ ସେ କଂଗ୍ରେସ ପ୍ରାର୍ଥୀ ଭୁପେନ୍ଦ୍ରଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ କହୁଛନ୍ତି । ଭୁପେନ୍ଦ୍ର ତାଙ୍କ ସାନ ଭାଇ ପରି, ଏଣୁ ତାଙ୍କୁ ଭୋଟ ଦେବାକୁ ସେ ନିବେଦନ କରୁଛନ୍ତି ।

ଏସବୁ ମଧ୍ୟରେ ଧର୍ମସଂକଟରେ ଫସିଯାଇଛନ୍ତି ରବୀନ୍ଦ୍ର । ନିଜ ପତ୍ନୀଙ୍କ ସପକ୍ଷରେ ଯିବେ ଅଥବା ଭଉଣୀ ଓ ବାପାଙ୍କ ସପକ୍ଷରେ ?  କିନ୍ତୁ ଏ ସଂପର୍କରେ ରିଭବା କହିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ହିଁ ସମର୍ଥନ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାକୁ ନେଇ ତାଙ୍କ ପରିବାରରେ କୌଣସି ବିଭେଦ ନାହିଁ । ଏହା କେବଳ ଏକ ଆଦର୍ଶଗତ ଲଢେଇ ।

 

ସମ୍ବନ୍ଧିତ ଖବର