ନିରବ ମୋଦିର ବିଶ୍ୱସ୍ତ ସହଯୋଗୀ ମିହିର ଭନସାଲିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ: ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାରେ ନିରବ ମୋଦିଙ୍କ ଜଣେ ବିଶ୍ୱସ୍ଥ କର୍ମଚାରୀ ମିହିର ରଶ୍ମୀ ଭନସାଲିଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଭାରତର ସିବିଆଇ ଓ ଇନଫୋର୍ସମେଣ୍ଟ ଡାଇରୋକ୍ଟେଡ (ଇଡି)ର ଅନୁରୋଧକ୍ରମେ ଇଣ୍ଟରପୋଲ୍‌ ଏହି ନୋଟିସ ଜାରି କରିଛି ।  ଏହା ପୂର୍ବରୁ ଗତ ଜୁଲାଇ ମାସରେ ଇଣ୍ଟରପୋଲ ନିରବ ମୋଦି ବିରୋଧରେ  ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା ।

ଇଣ୍ଟରପୋଲ ଜଣେ ଅପରାଧୀ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଅର୍ଥ ନୁହେଁ ଉକ୍ତ ଅପରାଧୀ ଗିରଫ ହେବା ନିଶ୍ଚିତ । ରେଡ କର୍ଣ୍ଣର କେବଳ ଏକ ନୋଟିସ  । ଇଣ୍ଟରପୋଲର ଏକ ସଦସ୍ୟ ଦେଶ ଏହି ନୋଟିସକୁ ଅନୁସରଣ କରି ସଂପୃକ୍ତ ଅପରାଧୀକୁ ଗିରଫ କରିବାକୁ ବାଧ୍ୟ ନୁହଁନ୍ତି । ଯଦି ଉକ୍ତ ଦେଶର ଆଇନ ଅନୁମତି ଦିଏ , ତେବେ ଉକ୍ତ ଦେଶ ଅପରାଧୀକୁ ଗିରଫ କରିପାରେ ବା ନ କରିପାରେ । ଏବେ ଇଣ୍ଟରପୋଲର ୧୯୨ଟି ସଦସ୍ୟ ଦେଶ ଅଛନ୍ତି । ସେଥିରେ ଭାରତ ଓ ବେଲଜିୟମ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ରେଡ କର୍ଣ୍ଣର ଜାରି ହେଲେ ଗୋଟିଏ ଅପରାଧୀ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହୁଏ । ଏଣୁ ଅପରାଧୀକୁ ବିଭିନ୍ନ ଦେଶକୁ ପଳାୟନ କରିବା କଷ୍ଟକର ହୋଇପଡେ ।

 

ସମ୍ବନ୍ଧିତ ଖବର