ନିରବ ମୋଦି ହଙ୍ଗ୍‌ କଙ୍ଗ୍‌ରେ ଥାଇ ପାରନ୍ତି: ପ୍ରବର୍ତ୍ତନ ନିର୍ଦେଶାଳୟ

ମୁମ୍ବାଇ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୨, ୬୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସମ୍ପୃକ୍ତ ନିରବ ମୋଦି ହଙ୍ଗ୍‌ କଙ୍ଗ୍‌ ଠାରେ ଥାଇ ପାରନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅନୁମାନ କରୁଛି।

ଶନିବାର ଦିନ ପ୍ରିଜର୍‌ଭେସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟଙ୍କ ଅଦାଲତରେ ତାଙ୍କ ବିରୋଧରେ ଜାମିନବିହୀନ ପରୁଆନା ପାଇଁ ଆବେଦନ କରିବା ଅବସରରେ ଇଡି ଏ କଥା କହିଛି।

ସ୍ପେଶାଲ୍‌ ଜଜ୍‌ ଏମ୍‌ଏସ୍‌ ଆଜ୍‌ମି ଏହି ମାମଲାରେ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନବିହୀନ ପରୁଆନା ଜାରି କରିଛନ୍ତି।

ବାରମ୍ବାର ସମନ ପଠାଯିବା ପରେ ମଧ୍ୟ ଉଭୟ ତଦନ୍ତକାରୀ କର୍ତ୍ତୃପକ୍ଷଙ୍କ ଆଗରେ ହାଜର ନ ହେବାରୁ ଦୁହିଁଙ୍କ ବିରୋଧରେ ଇଡିର ସ୍ପେସାଲ୍‌ କାଉନ୍‌ସେଲ୍‌ ହିତେନ୍‌ ବେନେଗାଓଙ୍କର୍‌ ଜାମିନବିହୀନ ପରୁଆନା ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ହଙ୍ଗ୍‌ କଙ୍ଗ୍‌ରେ ଥିବା କଥା ଅବେଦନରେ ଉଲ୍ଲେଖ କରାଯାଇ ନାହିଁ। ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମୋଦି ହଙ୍ଗ୍‌ କଙ୍ଗ୍‌ରେ ଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର