ନୂଆ ତିନି ତଲାକ୍‌ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

ଆଧାର ସଂଶୋଧନ ବିଲ୍‌କୁ ବି ମଂଜୁରି

ନୂଆଦିଲ୍ଲୀ,: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନୂଆ ତିନି ତଲାକ୍‌ ବିଲ୍‌କୁ ମଂଜୁରି ମିଳିଛି। ଏହା ବ୍ୟତୀତ ଆଧାର ସଂଶୋଧନ ବିଲ୍‌କୁ ମଧ୍ୟ ମଂଜୁରି ମିଳିଥିବା ବେଳେ ସଂସଦର ଆଗାମୀ ଅଧିବେଶନରେ ଏହାକୁ ଆଗତ କରାଯିବ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନର ଅବଧିକୁ ଆଉ ୬ ମାସ ବଢ଼ାଇବା ପାଇଁ ମଧ୍ୟ ମଂଜୁରି ମିଳିଛି। ମୁସ୍‌ଲିମ୍‌ ମହିଳାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ମୋଦୀ ସରକାର ଆଗାମୀ ଅଧିବେଶନରେ ତିନି ତଲାକ୍‌ ବିଲ୍ ଆଗତ କରିବେ। ଏ ବାବଦ ପୁରୁଣା ଅଧ୍ୟାଦେଶକୁ ହିଁ ବିଲ୍‌ରେ ପରିଣତ କରାଯାଇଛି ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍ଡ଼େକର କହିଛନ୍ତି। ସେହିଭଳି ଆଧାରକୁ ପରିଚୟପତ୍ର ଭାବେ ବ୍ୟବହାର କରାଯିବା ସଂକ୍ରାନ୍ତ ବିଲ୍‌କୁ କ୍ୟାବିନେଟ୍‌ ମଂଜୁରି ମିଳିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର