ନେଗେଟିଭ ଆସିଲା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କୋଭିଡ-୧୯ ରିପୋର୍ଟ, ଆଜି ଡିସଚାର୍ଜ ହୋଇପାରନ୍ତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ଜୁନ୍ ୧୭ରୁ ଦିଲ୍ଲୀର ସିଟି ହସପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ | କିଛି ଦିନ ଚିକିତ୍ସିତ ହେବା ପରେ ଏବେ  ସୁସ୍ଥ ହେଉଥିବା ଜଣା ପଡିଛି | ଚିକିତ୍ସା ପରେ ତାଙ୍କର ସ୍ୱାବ ନମୁନା ରିପୋର୍ଟ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ନେଗେଟିଭ ଆସିଛି | ଆଉ କିଛି ସମୟ ପରେ ମନ୍ତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି ।

Satyendar Jain Health Update: Delhi Minister's Fever Subsides ...
India.com

ସୂଚନା ମୁତାବକ,କିଛି ଦିନ ତଳେ ତାଙ୍କ ଅବସ୍ଥା ସୁଧୁରିବା ପରେ ମନ୍ତ୍ରୀଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯିବା ସହ ଅମ୍ଳଜାନ ସହାୟତା ମଧ୍ୟ ହଟାଇ ଦିଆଯାଇଥିଲା | ୫୫ବର୍ଷିୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଥମେ ଦିଲ୍ଲୀ ସରକାରଙ୍କ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆର ସମସ୍ୟା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ପରେ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କୁ ଆଇସିୟୁରେ ଅମ୍ଳଜାନ ସହାୟତା ଦିଆଯାଇଥିଲା। ଶୁକ୍ରବାର ରାତିରେ ପ୍ଲାଜମା ଥେରାପି ଦିଆଯିବା ପରେ ତାଙ୍କ ଅବସ୍ଥାରେ ଉନ୍ନତି ହୋଇଥିଲା ବୋଲି ଜଣା ପଡିଛି ।

ସମ୍ବନ୍ଧିତ ଖବର