ନେଦରଲାଣ୍ତ୍ ଗବେଷକଙ୍କ ନୂଆ ପ୍ରତିଷେଧକ, କରୋନାଭୂତାଣୁକୁ ରୋକିବାରେ ସମର୍ଥ ହେବ

New researchers from the Netherlands

ୱାସିଂଟନ: ବିଶ୍ବରେ ଏଯାବତ୍ ପାଖାପାଖି ୩୭ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ଅଢେ଼ଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍–୧୯ ଏବେ ସମସ୍ତଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଆଲୋଚ୍ୟ ବିଷୟ ହୋଇଛିା ଏହାର ନିରାକରଣ ପାଇଁ ଏଯାଏ କୌଣସି ପ୍ରତିଷେଧକ ଟିକା ବାହାରିପାରିନି କି ଏହାର ଉପଚାର ପାଇଁ କୌଣସି ଚିକିତ୍ସା ପଦ୍ଧତି ମଧ୍ୟ ଫଳପ୍ରଦ ହୋଇପାରିନିା ତେବେ ଏ ଭଳି ଘଡି଼ସନ୍ଧି ବେଳରେ ନେଦରଲାଣ୍ତ୍ର ଅଟ୍ରେକ୍ଟ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଉଦ୍ଧ୍ବାବନ ଚିକିତ୍ସା ବିଜ୍ଞାନୀଙ୍କ ପାଇଁ ନୂତନ ଆଶା ସଂଚାର କରିଛିା ସେମାନେ ଏକ ପ୍ରକାର ସ୍ବତନ୍ତ୍ର ପ୍ରୋଟିନ୍ ବା ରୋଗପ୍ରତିଷେଧକ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ଯାହା ବିଜ୍ଞାନାଗାରରେ ହିଁ ଅଭିନବ କରୋନାଭୂତାଣୁଙ୍କୁ ହରାଇପାରିବ ବୋଲି ଆଶା କରାଯାଉଛିିା ଅବଶ୍ୟ ‘୪୭ଡି୧୧’ ନାମକ ଏହି ନୂତନ ପ୍ରତିଷେଧକର କାର୍ଯ୍ୟଦକ୍ଷତା କେବଳ ବିଜ୍ଞାନାଗାରରେ ହିଁ ସୀମିତ ରହିଛି, ତେବେ ଏହାର ପ୍ରାଥମିକ ଫଳାଫଳରୁ ଏହା ଫଳପ୍ରଦ ହେବ ବୋଲି ସେମାନେ ଦାବି କରିଛନ୍ତିା ଏ ସଂକ୍ରାନ୍ତ ସବିଶେଷ ବିବରଣୀ ସୋମବାର ପ୍ରକାଶିତ ‘ନେଚର କମ୍ୟୁନିକେସନ୍ସ’ ପତ୍ରିକାର ସଦ୍ୟ ସଂସ୍କରଣରେ ସ୍ଥାନ ପାଇଛିା

ଅଟ୍ରେକ୍ଟ ବିଶ୍ବବିଦ୍ୟାଳୟର ଗବେଷକ ବେରେଣ୍ତ୍–ଜାନ୍ ବସ୍କ ଏବଂ ସହଯୋଗୀଙ୍କ ବ୍ୟାଖାନ ଅନୁଯାୟୀ, କରୋନାଭୂତାଣୁର ଅସ୍ତ୍ର ବା ସ୍ପାଇକ୍ଗୁଡି଼କୁ ଏହି ‘୪୭ଡି୧୧’ ନଷ୍ଟ କରିଦେଉଛିା ଏଠାରେ ସୂଚନା ଥାଉ କି, କରୋନାଭୂତାଣୁର ବାହ୍ୟ ଭାଗ ଏକ ବହଳ ଗୋଲାକାର ଝିଲ୍ଲୀ ଦ୍ବାରା ପରିବେଷ୍ଟିତ, ଯାହା ଉପରେ ଅସଂଖ୍ୟ ପ୍ରୋଟିନ୍ରେ ତିଆରି କୀଳା ବା ଗୋଜ ଭଳି ଉପାଦାନ ମୁକୁଟରେ ଖଞ୍ଜାଯାଇଥିବା କାଠି ପରି ବାହାରକୁ ବାହାରିଥାଏା ଅପରପକ୍ଷେ, ମନୁଷ୍ୟ ଜୀବକୋଷର ଉପରିଭାଗରେ ଏସିଇ–୨ ନାମକ ପ୍ରୋଟିନ୍ର କିଣ୍ବକ ବା ଏଞ୍ଜାଇମ୍ ରହିଥାଏ ଯାହା କି କରୋନାଭୂତାଣୁକୁ ଆକ୍ରମଣ କରିବାରେ ସହାୟକ ହୋଇଥାଏା କରୋନା ଭୂତାଣୁର ଏହି ପ୍ରୋଟିନ୍ କୀଳାଗୁଡି଼଼କ ଉକ୍ତ କିଣ୍ବନ ସହ ବାନ୍ଧି ହୋଇ ମନୁଷ୍ୟ ଜୀବକୋଷ ଭିତରକୁ ପଶି ନିଜକୁ ବହୁଗୁଣିତ କରିଚାଲୋ ତେଣୁ ଏହି କୀଳାଗୁଡି଼କ ନଷ୍ଟ ହୋଇଯିବା ଦ୍ବାରା ମନୁଷ୍ୟ ଜୀବକୋଷ ଭିତରକୁ ଆଉ ଭୂତାଣୁର ପ୍ରବେଶ ବନ୍ଦ ହୋଇଯିବା ଏହି ଗବେଷକମାନେ ପ୍ରଥମେ ଏକ ଜୈବ ରୂପାନ୍ତରିତ ମୂଷା ଦେହରୁ ଏପରି ବିଭିନ୍ନ ପ୍ରକାର ପ୍ରତିଷେଧକ ବାହାର କରି ପରେ ମନୁଷ୍ୟ ଶରୀରରେ କାମ ଦେବାପାଇଁ ନିର୍ଦ୍ଦିଷ୍ଟ ଶ୍ରେଣୀର ଅନୁକୂଳ ପ୍ରତିଷେଧକ ବା ମନୋକ୍ଲୋନାଲ୍ ଆଣ୍ଟିବଡି ଦ୍ବାରା ପରୀକ୍ଷାନିରୀକ୍ଷା ଚଳାଇଥିଲୋ ଆଗରୁ କର୍କଟ ରୋଗ ନିବାରଣରେ ମନୋକ୍ଲୋନାଲ୍ ଆଣ୍ଟିବଡିର ଉପଯୋଗ ବୈପ୍ତବିକ ପରିବର୍ତ୍ତନ ଆଣିପାରିଥିବାରୁ କୋଭିଡ୍–୧୯ କ୍ଷେତ୍ରରେ ମଧ୍ୟ ଜାନ୍ ବସ୍କ ଏବଂ ସହଯୋଗୀଙ୍କ ଆବିଷ୍କାର ପଥପ୍ରଦର୍ଶକ ସାଜିବ ବୋଲି ଆଶା କରାଯାଉଛିା

ସମ୍ବନ୍ଧିତ ଖବର