ପାକିସ୍ତାନରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିଲା

ଇସ୍ଲାମାବାଦ : ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଯାଇଥିବାବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୪୦୭୩ରେ ପହଞ୍ଚିଛି ଓ ୮୩୯୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ପାକିସ୍ତାନୀ ଖବରକାଗଜ ଡନର ତଥ୍ୟ ଅନୁସାରେ ପାକିସ୍ତାନରେ ସିନ୍ଧ ଓ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କରୋନା ପ୍ରଭାବିତ ହୋଇଛନ୍ତି । ସିନ୍ଧରେ ମୋଟ ଆକ୍ରାନ୍ତ ସଂଖ୍ୟା ୭୮୨୬୭ ଥିବାବେଳେ ପଞ୍ଜାବରେ ଏହା ୭୨୮୮୦ ରହିଛି । ଅନ୍ୟପକ୍ଷରେ ପାକ ଅଧିକୃତ କଶ୍ମୀର (ପିଓକେ)ରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୦୩ରେ ପହଞ୍ଚିଛି ।
ସମଗ୍ର ବିଶ୍ୱରେ କୋରନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି ଓ ୧ କୋଟି ନିକଟବର୍ତ୍ତି ହୋଇଛି । ଶନିବାର ସୁଦ୍ଧା ବିଶ୍ୱର ମୋଟ ଆକ୍ରାନ୍ତ ସଂଖ୍ୟା ୯୯ ଲକ୍ଷ ୬୧ ହଜାର ଟପିଯାଇଛି । ସେହିପରି ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୮ ହଜାର ଟପିଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ବିଶ୍ୱରେ ଏପର୍ଯ୍ୟନ୍ତ ୫୪ ଲକ୍ଷରୁ ଅଧିକ ରୋଗୀ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୫ ଲକ୍ଷ ଟପିଯାଇଥିବାବେଳେ ବ୍ରାଜିଲରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ଟପିଯାଇଛି । ୩ୟ ସ୍ଥାନରେ ଥିବା ଋଷିଆରେ ମୋଟ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷରୁ ଅଧିକ ରହିଛନ୍ତି । ପ୍ରାୟ ୫ ଲକ୍ଷ ୨୬ ହଜାର ସଂକ୍ରମିତଙ୍କ ସହ ଭାରତ ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର