ପାକିସ୍ତାନର ଗ୍ବାଦାର ସହରରେ ବିସ୍ଫୋରଣ, ଚୀନ ନାଗରିକ ମୃତ ଆଶଙ୍କା

କରାଚୀ : ପାକିସ୍ତାନର ପୁଣି ଥରେ ଚୀନ ଇଂଜିନିୟରମାନଙ୍କ ଉପରେ ଆକ୍ରମଣ ହୋଇଛି । ଆଜି ବେଲୁଚିସ୍ତାନର ବନ୍ଦର ନଗରୀ ଗ୍ବାଦାରରେ ଏକ ଶକ୍ତିଶାଳୀ ଆତ୍ମଘାତି ବୋମା ବିସ୍ଫୋରଣ ହେବାରୁ ୨ ଜଣ ଶିଶୁଙ୍କ ସମେତ ମୋଟ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ କିଛି ଚୀନ ଇଂଜିନିୟର ନିହତ ହୋଇଥିବା ସଂଦେହ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଗତ ଜୁଲାଇ ମାସରେ ଚୀନ ଇଂଜିନିୟରମାନଙ୍କ ଉପରେ ପାକିସ୍ତାନରେ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା । ଖାଇବର ପଖତୁନଖ୍ବାବା ପ୍ରଦେଶରେ ନିର୍ମାଣାଧିନ ଦାସୁ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟକୁ ଯାଉଥିବା ଏକ ବସରେ ଆଇଇଡି ବିସ୍ଫୋରଣ ହେବାରୁ ୧୩ ଜଣ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମଧ୍ୟରୁ ୯ ଜଣ ଚୀନ ଇଂଜିନିୟର ଥିଲେ । ବେଲୁଚିସ୍ତାନର ବେଲୋଚ ମୁକ୍ତି ବାହିନୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣା ନେଇ ଚୀନ ପାକିସ୍ତାନ ଉପରେ ଭୀଷଣ ବିରକ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର