ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଳଂଘନ, ଯବାନ ସହିଦ

ଜମ୍ମୁ : ଜମ୍ମୁ କଶ୍ମୀର ପୁଞ୍ଚ୍‌ ଜିଲ୍ଲାରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପୁଣିଥରେ ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ସେନାର ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ପୁଞ୍ଚ ଏବଂ ରାଜୌରି ଗସ୍ତ ସାରି ଫେରିବା ପରେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷା ଆରମ୍ଭ ହୋଇଥିଲା। ଉଭୟ କ୍ଷୁଦ୍ରା‌ସ୍ତ୍ର ଏବଂ ମୋର୍ଟାର ମାଡ଼ କରି ପାକିସ୍ତାନ ସୀମାନ୍ତ ଗ୍ରାମ ଏବଂ ଆଗୁ୍ଆ ଘାଟି ଗୁଡ଼ିକୁ ଟା‌ର୍ଗେଟ୍‌ କରିଛି। ଭାରତ ପଟୁ ମଧ୍ୟ ପାଲଟା ଜବାବ ଦେଇ ପ୍ରବଳ ଗୁଳିଗୋଳା ମାଡ଼ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ଜୁଲାଇରୁ ପାକିସ୍ତାନର ଲଗାଣ ଅସ୍ତ୍ରବିରତି ଉଲ୍ଲଂଘନରେ ସମୁଦାୟ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଯବାନ ସହିଦ ହୋଇଛନ୍ତି। ଏକ ୧୦ ମାସର ଶିଶୁ ମଧ୍ୟ ପାକ୍‌ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଛି।

ସମ୍ବନ୍ଧିତ ଖବର