ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶା

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଫଳପ୍ରଦ ହେବ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ସକାଶ ଅଧିବେଶନରେ ବହୁ ଗଠନମୂଳକ ତର୍କ ଏବଂ ଅଭିନବ ପ୍ରସ୍ତାବମାନ ସହାୟକ ହେବା କଥା ସେ କହିଛନ୍ତି।

ଆଜି ଠାରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନରେ ୧୪ଟି ନୂତନ ବିଲ୍‌ ସମେତ ପଡ଼ି ରହିଥିବା ୨୫ଟି ବିଲ୍‌ ସରକାର ଆଗତ କରିବେ ବୋଲି ଆଶା କରାଯାଉଛି। ତିନ୍‌ ତଲାକ୍‌ ପାଉଥିବା ମୁସଲମାନ ମହିଳାମାନଙ୍କ ଭରଣପୋଷଣ ପାଇବା ଅଧିକାର ସମ୍ବନ୍ଧରେ ଗୋଟିଏ ବିଲ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି: ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେସନ ଆରମ୍ଭ ହେଉଛି। ଏହା ଗୋଟିଏ ଫଳପ୍ରଦ ଅଧିବେଶନ ହେବ ବୋଲି ମୁଁ ନିଶ୍ଚିତ। ମୋର ଆଶା, ସଂସଦରେ ଉତ୍ତମ ଓ ଗଠନମୂଳକ ତର୍କ ହେବ। ଦେଶର ବିଭିନ୍ନ ସମସ୍ୟା ଶୁଧାରିବା ପାଇଁ ଆମେ ଅଭିନବ ସମାଧାନ ପନ୍ଥା ପାଇବୁ।

ଗୁରୁବାର ଦିନ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁ ରାଜନୈତିକ ଦଳର ନେତାମାନେ ସ୍ପଷ୍ଟରୂପେ ଜାଣନ୍ତି ଯେ ଦେଶକୁ ପ୍ରଗତି କରାଇବାର ଆବଶ୍ୟକତା ରହିଛି। ତାହା ହାସଲ କରିବାକୁ ଏ ଅଧିବେଶନକୁ ସକାରାତ୍ମକ ଭାବେ ଉପଯୋଗ କରାଯିବା ଉଚିତ। ଦେଶର ଅଭିବୃଦ୍ଧିରେ ପାର୍ଲାମେଣ୍ଟ୍‌ ଅଧିବେଶନର ଅବଦାନ ଅଛି ବୋଲି ମୋର ଆଶା।

ସମ୍ବନ୍ଧିତ ଖବର