ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟ କରିବାରୁ ରୋକିବା ପାଇଁ ଇଣ୍ଟରନେଟ ସେବା ବନ୍ଦ କଲା ତାଲିବାନ

କାବୁଲ: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ | ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ବାର୍ତ୍ତା ବାଣ୍ଟିବାକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ତାଲିବାନ। ଆଫଗାନିସ୍ତାନର ଅନ୍ୟ ପ୍ରଦେଶକୁ ନିଜ ଦଖଲକୁ ନେଇଥିବା ତାଲିବାନର ନଜର ଏବେ ପଞ୍ଜଶୀର ଉପତ୍ୟକା ଉପରେ ରହିଛି | ଅହମ୍ମଦ ମାସୁଦଙ୍କ ନେତୃତ୍ୱାଧୀନ ପ୍ରତିରୋଧ ବାହିନୀ କଡା ଜବାବ ଦେବା ପରେ ଏବେ ଆଲୋଚନା ମାଧ୍ୟମରେ ପଞ୍ଜଶୀରକୁ ଦଖଲ କରିବାକୁ ଚାହୁଁଚି ତାଲିବାନ |

ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏପର୍ଯ୍ୟନ୍ତ ତାଲିବାନ ଦଖଲକୁ ଆସିନାହିଁ। ଏନେଇ ଅନେକ ତାଲିବାନକୁ ବିରୋଧ କରିବା ପାଇଁ ପ୍ରତିରୋଧ ବାହିନୀ ଏକାଠି ହୋଇଛନ୍ତି। ଆଫଗାନିସ୍ତାନର ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାକୁ ନିଜ ଦଖଲରେ ରଖିଛନ୍ତି |

Resistance Forces In Afghanistan's Panjshir Province Reject Taliban's Claim  Of Advances: Report - UnknowThing
UnknowThing

କିଛି ଦିନ ତଳେ ଅହମ୍ମଦ ମାସୁଦଙ୍କ ମୁଖପାତ୍ର କହିଥିଲେ ଯେ, ତାଲିବାନ ସହିତ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଏବେ ଆଲୋଚନା ଜାରି ରହିଛି। ଯଦି ଏକ ମିଳିତ ସରକାର ପାଇଁ ଚୁକ୍ତି ହୁଏ ତେବେ ଆମେ କାବୁଲ ପ୍ରଶାସନର ଅଂଶ ହେବୁ। ଆମେ କେବଳ ଗୋଟିଏ ପ୍ରଦେଶ ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ। ଆଫଗାନିସ୍ତାନର ମହିଳା, ସଂଖ୍ୟାଲଘୁମାନଙ୍କର ଅଧିକାରକୁ ନେଇ ଆମେ ଚିନ୍ତିତ | ମହିଳା, ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦେବ ବୋଲି ତାଲିବାନକୁ ନିଶ୍ଚିତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର