ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଘରେ ଓ ଅଫିସରେ ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ

ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତେଲଗୁଦେଶମ ପାର୍ଟି ସାଂସଦ ଓ୍ଵାଇଏସ ଚୌଧୁରୀଙ୍କ ଘରେ ଓ କାର୍ଯ୍ୟାଳୟରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ବେଆଇନ ଟଙ୍କା ଦେଣନେଣ ଓ ଆର୍ଥିକ ଅନିୟମିତା ଅଭିଯୋଗରେ ଶ୍ରୀ ଚୌଧୁରୀଙ୍କ ହାଇଦ୍ରାବାସସ୍ଥିିତ ବାସଭବନ ଓ ଅଫିସରେଏହି ଚଢ଼ାଉ କରାଯାଇଛି।
ଇଡି ଓ ଆୟକରବିଭାଗ ଏହି ଚଢ଼ାଉ କରୁଥିବା ନେଇ ଶ୍ରୀ ଚୌଧୁରୀଙ୍କ ଜଣେ ଘନିଷ୍ଟ ସହଯୋଗୀ ସ୍ୱୀକାର କରିଛନ୍ତି। ଚେନ୍ନାଇରୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ଓ ଆୟକର ଅଧିକାରୀମାନେ ଶ୍ରୀ ଚୌଧୁରୀଙ୍କ ସୁଜାନା ଗ୍ରୁପ୍‌ ଅପ ଇଣ୍ଡଷ୍ଟ୍ରିଜ୍‌ର ବିଭିନ୍ନ କାର୍ଯ୍ୟାଳୟରେ ଗତକାଲି ଠାରୁ ଏହି ଚଉାଉ କରୁଥିବା ଜଣାପଡ଼ିଛି।
ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ବିଭିନ୍ନ ଗ୍ରୁପରେ ଭାଗ ହୋଇ ଏକକାଳୀନ ଶ୍ରୀ ଚୌଧୁରୀଙ୍କ ସ୍ପ୍ଲେଣ୍ଡିଡ୍‌ ମେଟାଲ ପ୍ରଡକ୍ଟ୍‌ସ ଲିମିଟେଡ୍‌ ଓ ବଡ଼୍‍ଜାରା ହିଲ୍ସ ସ୍ତିତ ସୁଜାନା ୟୁନିଭର୍ସାଲ ଇଣ୍ଡଷ୍ଟ୍ରିଜ୍‌ରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି।ସେହିପରି ଆୟକର ବିଭାଗ ଅଧିକାରୀମାନେ ଶଅ୍ରୀ ଚୌଧୁରୀଙ୍କ ଜୁବ୍‌ଲି ହିଲ୍ସ ସ୍ଥିତ ଅଫିସରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର