ପୂର୍ବ ପାକ୍‌ କୂଟନୀତିଙ୍କ ବୟାନ : ‘ହାଓଡି ମୋଦୀ’ରେ ଟ୍ରମ୍ପ୍‌ ସାମିଲ ହେବା ଇମ୍ରାନ୍‌ଙ୍କ ପାଇଁ ଝଟ୍‌କା

ଇସ୍‌ଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ଏବଂ ୨୨ ସେପ୍‌ଟେମ୍ବରରେ ଟେକ୍‌ସାସ୍‌ର ହୁଷ୍ଟନରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ସାମିଲ ହେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ‘ ହାଓଡି ମୋଦୀ’ରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାମିଲ ହେବେ। ପାକିସ୍ତାନର ପ୍ରଖ୍ୟାତ ଲେଖକ ତଥା ପୂର୍ବ କୂଟନୀତିଜ୍ଞ ହୁସେନ ହକ୍କାନି ଏ ବାବଦରେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ଏକ ବଡ଼ ଝଟ୍‌କା। ଟ୍ରମ୍ପ୍‌ ତାଙ୍କର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହିଁ ଅଛନ୍ତି ଏବଂ ହାଓଡି ମୋଦୀରେ ଟ୍ରମ୍ପ୍‌ଙ୍କ ସାମିଲ ଘୋଷଣା ଏହାର ଏକ ବଡ଼ ପ୍ରମାଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର