ପ୍ରେମ ହେଇଗଲା ଅର୍ଥ ଏୟା ନୁହେଁ ଯେ ମହିଳା ଜଣକ ସମ୍ପର୍କ ରଖିବାକୁ ସ୍ୱୀକୃତି ଦେଇଦେଲେ: କେରଳ ହାଇକୋର୍ଟ

ତିରୁବନନ୍ତପୁରମ: ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଥିବା ପ୍ରେମ ଏହା ଦର୍ଶାଏ ନାହିଁ ଯେ ପ୍ରେମିକା ସମ୍ପର୍କ ରଖିବାକୁ ସ୍ୱୀକୃତି ଦେଇଦେଲେ | ଆଜି ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କ ଉପରେ କେରଳ ହାଇକୋର୍ଟ କହିଛନ୍ତି ଯେ ପ୍ରେମରେ ପଡିବା ଅର୍ଥ ଏୟା ନୁହେଁ ଯେ ମହିଳା ଜଣଙ୍କ ସମ୍ପର୍କ ରଖିବାକୁ ସମ୍ମତି ଦେଇଛନ୍ତି। ଜଷ୍ଟିସ୍ ଆର ନାରାୟଣଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅସହାୟତାକୁ କାହାର ସହମତି କୁହାଯାଇପାରିବ ନାହିଁ। ସମ୍ମତି ଏବଂ ଅସହାୟତା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି | ସୂଚନା ଥାଉ କି ଯେ କେରଳ ହାଇକୋର୍ଟ ୨୬ ବର୍ଷୀୟ ଶ୍ୟାମ ସିଭାନଙ୍କ ଆବେଦନ ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ଟ୍ରାଏଲ କୋର୍ଟ ଶ୍ୟାମକୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଏହା ପରେ ସେ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦୋଷୀ ଶ୍ୟାମ ଏବଂ ପୀଡିତା ପରସ୍ପରକୁ ଭଲ ପାଉଥିଲେ। ୨୦୧୩ ମସିହାରେ, ଶ୍ୟାମ ପୀଡିତାଙ୍କୁ କର୍ଣ୍ଣାଟକର ମହୀଶୂରକୁ ନେଇ ଯାଇଥିଲେ | ସେଠାରେ ସେ ପୀଡିତାଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ। ଶ୍ୟାମ ପୀଡିତାଙ୍କ ସମସ୍ତ ଅଳଙ୍କାର ମଧ୍ୟ ବିକ୍ରି କରିଦେଇଥିଲେ।

ଏହା ପରେ ସେ ପୀଡିତାଙ୍କୁ ଗୋଆକୁ ନେଇ ଯାଇଥିଲେ ଯେଉଁଠାରେ ସେ ପୁଣି ଦୁଷ୍କର୍ମ କରିଥିଲେ। ଶ୍ୟାମ ପୀଡିତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ସହ ନ ଯାଆନ୍ତି ତେବେ ସେ ତାଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବେ। ପୀଡିତାଙ୍କ ପାଖରେ କୌଣସି ବିକଳ୍ପ ନ ଥିବାରୁ ସେ ସମ୍ପର୍କ ରଖିଥିଲେ । ଆଉ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଶ୍ୟାମ ଦୋଷୀ ଏବଂ ତାଙ୍କୁ ଆଇପିସିର ଧାରା ୩୬୬ ଏବଂ ୩୭୬ (ଅପହରଣ ଏବଂ ଦୁଷ୍କର୍ମ) ଅନୁଯାୟୀ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର