ବଗ୍‌ଦାଦିର ମୃତ୍ୟୁ ହୋଇଥିବା ଆଇଏସ୍‌ ସ୍ବୀକାର କଲା: ଅବୁ ଇବ୍ରାହିମ୍‌ ଆଇଏସ୍‌ ମୁଖ୍ୟ ନିଯୁକ୍ତ

କାଏରୋ: ଅବୁ ବକର୍‌ ଅଲ୍‌-ବଗ୍‌ଦାଦିର ମୃତ୍ୟୁ ହୋଇଛି ବୋଲି ଶେଷରେ ଆଇଏସ୍‌ ସ୍ବୀକାର କରିଛି। ଆଇଏସ୍‌ର ନୂତନ ମୁଖ୍ୟ ଭାବେ ଅବୁ ଇବ୍ରାହିମ୍‌ ଅଲ୍‌ ହାସେମି ଅଲ୍‌-କ୍ୟୁରେସିକୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି। ବଗ୍‌ଦାଦିର ମୃତ୍ୟୁ ନେଇ ଆଇଏସ୍‌ ଆଜି ଯାଏ ନିରବ ଥିଲା। ମାତ୍ର ଆଜି ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ ହେବା ପରେ ବଗ୍‌ଦାଦିର ମୃତ୍ୟୁ ହୋଇଥିବା ସ୍ବୀକାର କରାଯାଇଛି। ବଗ୍‌ଦାଦିକୁ ସିରିଆରେ ସେନା କାର୍ଯ୍ୟାନୁଷ୍ଠାନ ଦ୍ବାରା ନିପାତ କରାଯାଇଥିବା ପୂବର୍ରୁ ଆମେରିକା ଦାବି କରିଥିଲା। ବଗ୍‌ଦାଦି ମୂଳତଃ ଇରାକ୍‌ ବାସିନ୍ଦା ଥିଲା, ଯିଏ ନିଜକୁ ଇସ୍‌ଲାମିକ୍‌ ସାମ୍ରାଜ୍ୟର ‘ଖଲିପା’ ଭାବେ ଘୋଷଣା କରିଥିଲା। ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ ସମ୍ପର୍କରେ ଗବେଷଣା କରୁଥିବା ସ୍ବାନ୍‌ସିଆ ବିଶ୍ବବିଦ୍ୟାଳୟର ଗବେଷକ ଆୟିମେନ୍‌ ଅଲ୍‌ ତମାମିଙ୍କ କହିବା ଅନୁଯାୟୀ ଆଇଏସ୍‌ର ମୁଖ୍ୟକୁ ନେଇ ଏବେ ଅନେକ କିଛି ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର