ବାପା ଜାଗୁଆର ଗାଡ଼ି ନ ଦେବାରୁ ନଦୀରେ ବିଏମ୍‌ଡବ୍ଲ୍ୟୁ କାର୍‌ ଭସାଇ ଦେଲା ପୁଅ

ଚଣ୍ଡିଗଡ଼ : ହରିୟାଣାର ଯମୁନାନଗରରେ ଜଣେ ଯୁବକ କରିଥିବା କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବାପା ଜାଗୁଆର ଗାଡ଼ି ନ ଦେବାରୁ ପୁଅ ବିଏମ୍‌ଡବ୍ଲ୍ୟୁ କାର୍‌ ନଦୀରେ ଭସାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କିଛି ବାଟ ଯିବା ପରେ କାର୍‌ଟି ଫସି ଯାଇଥିଲା । ଯାହାକୁ ଏବେ ପାଣି ଭିତରୁ କାଢ଼ିବାର ପ୍ରୟାସ ଆରମ୍ଭ ହୋଇ ଯାଇଛି । ଭାଇରାଲ ହୋଇଥିବା ଫଟୋରେ କାର୍‌ଟି ପାଣି ଭିତରେ ଥିବା ଏକ ଦ୍ୱୀପ ଉପରେ ଫସି ରହିଥିବା ଦେଖାଯାଇଥିବା ବେଳେ ପୁଲିସ କାର୍‌ ଭସାଇଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରଛି ।

'कार को देखने लोगों की भीड़ जमा'
oneindia.co

ସୂଚନା ମୁତାବକ, ପଞ୍ଜାବରେ ଯୁବକମାନଙ୍କୁ ଦାମୀ କାର୍‌ ରଖିବାର ସଉକ ରହିଥାଏ । ସେମାନେ ଜାଗୁଆର ଓ ଲାମ୍ବୋରଗିନି ଭଳି ଗାଡ଼ି ଚଢ଼ିବାକୁ ପସନ୍ଦ କରିଥାନ୍ତି । ଜାଗୁଆର ଭଳି ଗାଡ଼ିର ଦାମ୍‌ ୪୦-୫୦ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ଯୁବ ପିଢ଼ି ମଧ୍ୟରେ ଏହି କାର୍‌କୁ ନେଇ କ୍ରେଜ୍‌ ରହିଛି । ଟଙ୍କା ଅଧିକ ହୋଇଥିବା ହେତୁ ଯୁବକଙ୍କ ବାପା ମନା କରି ଦେବାରୁ ସେ ଏଭଳି ଅବିଶ୍ୱସନୀୟ କାମ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର