ବିଦେଶରେ ରହିଛି ରବର୍ଟ ଭଦ୍ରାଙ୍କ ସଂପତ୍ତି ! ଇଡି ଚଢଉ ବେଳେ ଜଣାପଡିଲା

ନୂଆଦିଲ୍ଲୀ : ଗାନ୍ଧି ପରିବାରର ଜାମାତା ରବର୍ଟ ଭଦ୍ରାଙ୍କ ବିଭିନ୍ନ ଅଫିସରେ ହୋଇଥିବା ଇଡି ଚଢଉ ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଇଡି ଦାବି କରିଛି । ତାଙ୍କର କେବଳ ଭାରତ ନୁହେଁ ଲଣ୍ଡନ ଓ ଆଉ କେତେକ କେତେକ ସ୍ଥାନରେ ମଧ୍ୟ ସଂପତ୍ତି ରହିଥିବା ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ରାଜନୈତିକ ଶତ୍ରୁତା କାରଣରୁ ରବର୍ଟଙ୍କୁ ଟାର୍ଗେଟ କରାଯାଇଥିବା କଂଗ୍ରେସ କହିଛି । ଭଦ୍ରାଙ୍କୁ ମୋଦି ଫସାଇବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ସଦସ୍ୟ ତଥା ଭଦ୍ରାଙ୍କ ଘନିଷ୍ଠ କୁହାଯାଉଥିବା ଜଗଦୀଶ ଶର୍ମା ଅଭିଯୋଗ କରିଛନ୍ତି ।

ଗତ କାଲି ଇଡି ପକ୍ଷରୁ ରବର୍ଟଙ୍କ ସହ ସଂପୃକ୍ତ ବ୍ୟକ୍ତିମାନଙ୍କର ୩ଟି ସ୍ଥାନରେ ଚଢଉ କରାଯାଇଥିଲା । ରାଜସ୍ଥାନର ବିକାନୀର ଜମି ଦୁର୍ନୀତି ମାମଲାରେ ଏହି ଚଢଉ ହୋଇଥିବା ଜଣାପଡିଛି । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଚଢଉ କରାଯାଇଥିବା ଭଦ୍ରାଙ୍କ ଓକିଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଇଡି ଅଧିକାରୀମାନେ ସ୍କାଇଲାଇଟ ହସପିଟାଲିଟି ମଧ୍ୟରେ କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି । କାହାକୁ ବାହାରିବାକୁ ଦେଉନାହାନ୍ତି । ଏହା ନାଜି ଶାସନ ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର