ବିରୋଧୀଙ୍କୁ ‘ବ୍ଲଗ୍‌’ରେ ଘେରିଲେ ଜେଟ୍‌ଲି

କେବଳ ଅପପ୍ରଚାର କରି କିଛି ଲୋକ କ୍ଷମତା ଚାହୁଛନ୍ତି

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକାରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ରାଫେଲ ଏବଂ ଜିଏସ୍‌ଟିଠାରୁ ଆରମ୍ଭ କରି ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ତାଙ୍କ ବ୍ଲଗ୍‌ ମାଧ୍ୟମରେ ଘେରିଛନ୍ତି। ଦେଶରେ କେବଳ ଅପପ୍ରଚାର କରି ବିଭ୍ରାନ୍ତି ଦ୍ବାରା କିଛି ଲୋକ କ୍ଷମତା ଅକ୍ତିଆର କରିବାକୁ ଚାହୁଛନ୍ତି ଏବଂ କିଛି ଲୋକ ନିଜକୁ ‌ଦେଶର ଶାସକ ହେବାପାଇଁ ହିଁ ଜନ୍ମ ହୋଇଥିବା ଧରିନେଇଛନ୍ତି ବୋଲି ଜେଟ୍‌ଲି କହିଛନ୍ତି। ରାଫେଲ, ବିମୁଦ୍ରୀକରଣ, ସିବିଆଇ, ଆର୍‌ବିଆଇ ଏବଂ ବିଚାରପତି ଲୋୟାଙ୍କ ମାମଲାଲରେ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ମଧ୍ୟ ସେମାନେ ଲଗାତାର ମିଛ କହି ଚାଲିଛନ୍ତି। କେବଳ ଅପପ୍ରଚାର ଦ୍ବାରା ସେମାନେ ମୋଦୀ ସରକାରଙ୍କୁ ବଦନାମ କରିବାକୁ ଯେଉଁ ଚେଷ୍ଟା ଚଳାଇଛନ୍ତି ତାହା କଦାପି ଗ୍ରହଣୀୟ ହେବନାହିଁ ବୋଲି ସେ କହିଛନ୍ତି। ମିଥ୍ୟା ଓ ବିଭ୍ରାନ୍ତି ଦ୍ବାରା ସଂସ୍ଥାଗୁଡ଼ିକୁ ବଦନାମ କରିବା କାର୍ଯ୍ୟକୁ କେହି ବରଦାସ୍ତ କରିବେ ନାହିଁ ବୋଲି ଜେଟ୍‌ଲି କହିଛନ୍ତି।

ସମ୍ବନ୍ଧିତ ଖବର