ବୁଚା ଗଣହତ୍ୟା ପ୍ରସଙ୍ଗରେ ଜାତିସଂଘର ଜରୁରୀ ଅଧିବେଶନ ଆରମ୍ଭ, ଭାରତର ଆଭିମୁଖ୍ୟ ଉପରେ ନଜର

ନ୍ୟୁୟର୍କ : ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷକୁ ବିଦା କରିବାକୁ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକକୁ ଆମେରିକା ପକ୍ଷରୁ ଡକାଯାଇଥିଲା । ବୁଚା ଗଣହତ୍ୟା ପାଇଁ ଦାୟୀ କରି ରୁଷକୁ ମାନବ ଅଧିକାର ପରିଷଦରୁ ବାହାର କରିବାକୁ ଏହି ବୈଠକରେ ଭୋଟ ଗ୍ରହଣ କରାଯିବ । ଭାରତ ଏହି ଗଣହତ୍ୟାକୁ ପୂର୍ବରୁ ହିଁ ନିନ୍ଦା କରିବା ସହ ମୁକ୍ତ ତଦନ୍ତ ପାଇଁ ଦାବି କରିଛି । ଏହା ସତ୍ତ୍ବେ ଭୋଟିଂ ବେଳ ଭାରତ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ବୈଠକ ବେଳେ ଜାତିସଂଘରେ ୟୁକ୍ରେନର ପ୍ରତିନିଧି କହିଛନ୍ତି ୟୁଏନଏଚଆରସିରୁ ରୁଷକୁ ବାହାର କରିବା ଏକ ବିକଳ୍ପ ନୁହେଁ ବରଂ ଏକ କର୍ତ୍ତବ୍ୟ । ଅନ୍ୟପକ୍ଷରୁ ରୁଷ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ମାନବ ଅଧିକାର ପରିଷଦ ଢାଞ୍ଚାକୁ ନଷ୍ଠ କରିବାକୁ ପାଶ୍ଚାତ୍ୟ ଦେଶମାନଙ୍କର ଏହା ଏକ ଚକ୍ରାନ୍ତ । ପାଶ୍ଚାତ୍ୟ ଦେଶଙ୍କ ଷଡ଼ଯନ୍ତ୍ର ସତ୍ତ୍ବେ କିବ ସହ ଆଲୋଚନା ଜାରି ରହିବ ।

ସୂଚଟନାଯୋଗ୍ୟ ଯେ, ୟୁକ୍ରେନ ରାଜଧାନୀ କିବଠାରୁ ୩୭ କିଲୋମିଟର ଉତ୍ତର-ପୂର୍ବରେ ଥିବା ବୁଚା ସହରରେ ଏସବୁ ଗଣହତ୍ୟା ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକଙ୍କ ଶବ ଚିହ୍ନଟ ହୋଇଛି । ଅଧିକାଂଶ ଲୋକଙ୍କ ହାତଗୋଡ଼ ବାନ୍ଧି ଅତି ନିକଟରୁ ଗୁଳି କରାଯାଇଛି । ଏହି ଗଣହତ୍ୟା ସମଗ୍ର ବିଶ୍ବରେ ଚହଳ ପକାଇଦେଇଛି ।

ସମ୍ବନ୍ଧିତ ଖବର