ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ଇସ୍ରାଏଲର ସମର୍ଥନ ପରେ ପାକିସ୍ତାନ ଛାନିଆ

ଇସ୍ଲାମାବାଦ : ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ବିନା ସର୍ତ୍ତରେ ସମର୍ଥନ କରିବ ବୋଲି ଇସ୍ରାଏଲର ଘୋଷଣା ପରେ ପାକିସ୍ତାନର ନିଦ ହଜିଯାଇଛି । କାରଣ ଇସ୍ରାଏଲର ଶକ୍ତି କେତେ ତାହା ପାକିସ୍ତାନ କଣ ଚୀନ ବି ଜାଣିଛି । ନିଜର ସାମରିକ ଶକ୍ତିକୁ ନେଇ ଚୀନ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ସାମରିକ ଟେକନଲୋଜୀରେ ଇସ୍ରାଏଲର ତୁଳନା ନାହିଁ । ନିକଟରେ ସିରିଆରେ ଇସ୍ରାଏଲର ଏଫ-୩୫ ଆଡିର ବିମାନ ଚୀନ ନିର୍ମିତ ଜେଓ୍ଵାଇ୨୭ ମିସାଇଲ ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦେଇଥିଲା । ଯେଉଁଠି ଚୀନ ଉପକରଣର ଏହି ଅବସ୍ଥା ପାକିସ୍ତାନ କଥା ପଚାରେ କିଏ । ଏଣୁ ପାକିସ୍ତାନ ଛାନିଆ ।

ଏଣୁ ପାକିସ୍ତାନ ଏବେ ଇସ୍ରାଏଲ ସହିତ ନିଜର ସଂପର୍କ ବୃଦ୍ଧି କରିବାକୁ ଆଗ୍ରହୀ ବୋଲି କହିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି ଯେ ତାଙ୍କ ଦେଶ ଇସ୍ରାଏଲ ସହିତ ସଂପର୍କ ବଢାଇବାକୁ ଆଗ୍ରହୀ ।
ଏଠାରେ ସୂଚନାଯୋଗ୍ୟ ଯେ ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ ସରକାରୀଭାବେ କୌଣସି ସମ୍ପର୍କ ନାହିଁ । କାରଣ ପାକିସ୍ତାନ ଇସ୍ରାଏଲକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ଦିଏନାହିଁ ।

ସମ୍ବନ୍ଧିତ ଖବର