ଭାରତ ମହାସାଗରରେ ଚୀନ ଆଧିପତ୍ୟକୁ ଟକ୍କର ଦେବ ଫ୍ରାନ୍ସ: ୨୦୧୯ରେ ମୁତୟନ କରିବ ବିମାନବାହୀ ଜାହାଜ

ମାର୍ସେଇଲା(ଫ୍ରାନ୍ସ): ଭାରତ ମହାସାଗରରେ ଚୀନର ଆଧିପତ୍ୟ ବୃଦ୍ଧି ଉଦ୍ୟମର ବିରୋଧ କରିଛି ଫ୍ରାନ୍ସ।୨୦୧୯ରେ ଫ୍ରାନ୍ସ ଭାରତ ମହାସାଗରରେ ବିମାନବାହୀ ଯୁଦ୍ଧ ଜାହାଜ ମୁତୟନ କରିବ ବୋଲି ସୂଚନା ଦେଇଛି। ଅନ୍ତର୍ଜାତୀୟ ଜଳ ପରିସୀମାରେ ସ୍ୱାଧୀନ ଚଳପ୍ରଚଳକୁ ଚୀନ୍‌ ବ୍ୟାହତ କରିପାରବ ନାହିଁ।

ବିମାନବାହୀ ଯୁଦ୍ଧପୋତ ଚାର୍ଲସ୍‌ ଡି ଗୁଏଲା ଅଧୁନିକୀକରଣ ପରେ ଭାରତ ମହାସାଗରରେ ମୁତୟନ ହେବ ବୋଲି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଶୁକ୍ରବାର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଫ୍ରାନ୍ସ ସବୁ ସମୟରେ ଅନ୍ତର୍ଜାତୀୟ ଜଳ ରାଶିରେ ସ୍ୱାଧୀନ ବିଚରଣ ଅଧିକାରକୁ ସମର୍ଥନ କରିଆସିଛି। ତେଣୁ ଏ ଦିଗରେ ପଦକ୍ଷେପ ନେଉଛି।

୨୦୧୮ ମେ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ ମତ ଦେଇଥିଲେ କି ଭାରତ ମହାସାଗରର ଅନ୍ତର୍ଜାତୀୟ ଜଳ ପରିସୀମାରେ କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ରକୁ ଆଧିପତ୍ୟ ବିସ୍ତାର କରିବାକୁ ଦିଆଯିବ ନାହିଁ। ଭାରତ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମିଳିତ ଭାବେ ଏହି ଆଧିପତ୍ୟକୁ ପ୍ରତିହତ କରିବା ଆବଶ୍ୟକ ।

ଚୀନର ନାମ ନ ନେଇ ଭାରତ ମହାସାଗରରେ ବେଜିଂର ଆଧିପତ୍ୟ ବିସ୍ତାର ଉଦ୍ୟମକୁ ଇଙ୍ଗିତ କରିଥିଲେ। ପୂର୍ବରୁ ସାଉଥ୍‌ ଚାଇନା ସାଗର ଅଞ୍ଚଳକୁ ଫ୍ରାନ୍ସ ହେଲିକପ୍ଟରବାହୀ ଜାହାଜ ପର୍ଯ୍ୟବେଷଣ ଲାଗି ପଠାଇ ସ୍ଥିତିର ସମୀକ୍ଷା କରିବା ସହ ଫ୍ରାନ୍ସର ବାୟୁସେନା ମଧ୍ୟ ସଂପୃକ୍ତ ଅଞ୍ଚଳ ଉପରେ ଉଡାଣ କରି ପରିସ୍ଥିତି ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର