ମଣିପୁରରେ ପୁଲିସର ବଡ଼ ଅପରେସନ : ୪୦ ବିଚ୍ଛିନ୍ନତାବାଦୀ ମୃତ  

ଇମ୍ଫାଲ : ଉତ୍ତରପୂର୍ବ ରାଜ୍ୟ ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ କମାଣ୍ଡୋ ଓ ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗତ ୮ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ପ୍ରାୟ ୪୦ ବିଚ୍ଛିନ୍ନତାବାଦୀ ମୃତ୍ୟୁବରଣ କରିଥିବା ମୁଖ୍ୟମନ୍ତ୍ରୀ ବିରେନ ସିଂ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ରିପୋର୍ଟ ଦିଆଯାଇଛି ଯେ ଏପର୍ଯ୍ୟନ୍ତ ୪୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆସଲ୍ଟ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଛନ୍ତି। ସେମାନେ ଅନେକ ଗାଁରେ ଘର ପୋଡ଼ିବାକୁ ଆସିଥିଲେ। ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଆତଙ୍କବାଦୀମାନେ ନିରସ୍ତ୍ର ନାଗରିକଙ୍କ ଉପରକୁ ଗୁଳି ଚାଳନା କରୁଛନ୍ତି। ମଣିପୁରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ସଶସ୍ତ୍ର ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଏହି ଲଢ଼େଇ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୨ଟାରେ ବିଦ୍ରୋହୀମାନେ ଇମ୍ଫାଲ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳର ୫ଟି ଅଞ୍ଚଳରେ ଆକ୍ରମଣ କରିଥିଲେ। ସେଗୁଡ଼ିକ ହେଲା ସେକ୍ମାଇ, ସୁଗନୁ, କୁମ୍ବି, ଫାଏଙ୍ଗ  ଓ ସେରୁ ଅଞ୍ଚଳ। ଆହୁରି ଅନେକ ସ୍ଥାନରେ ରାସ୍ତାଉପରେ ଗୁଳି ମାଡ଼ ଚାଲିଛି  ଓ ମୃତଦେହ ପଡ଼ିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର