ମଧ୍ୟପ୍ରଦେଶ ଓ ରାଜସ୍ଥାନର କଂଗ୍ରେସ ସରକାରକୁ କର୍ଣ୍ଣାଟକ-ଗୋଆ ଭୟ !

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଗୋଆ ଯାଏଁ କଂଗ୍ରେସ ବିଧାୟକମାନଙ୍କ ଇସ୍ତଫା ଘଟଣାକୁ ନେଇ ଦଳ ଅଧିକ ସତର୍କତା ଅବଲମ୍ବନ କରୁଛି। ଖାସ କରି ଏହାକୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ନେତୃତ୍ୱ ହାଇ ଆଲର୍ଟ ଜାରି କରିଛନ୍ତି। ଏ ଦୁଇ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିଧାୟକମାନଙ୍କ ସଂଖ୍ୟାରେ ବ୍ୟବଧାନ ବେଶି ନାହିଁ। କେତେକ ସ୍ୱାଧୀନ ବିଧାୟକ ଓ ଛୋଟ ଦଳର ବିଧାୟକ ସମର୍ଥନରେ ଚାଲିଛି ଏ ଦୁଇ ରାଜ୍ୟର କଂଗ୍ରେସ ସରକାର।

photo-one india

ମଧ୍ୟପ୍ରଦେଶର କମଲ ନାଥ ସରକାର ଏସପି,ବିଏସପି ଓ କେତେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଚାଲିଛି। ଠିକ୍‌ ସେହିପରି ରାଜସ୍ଥାନରେ ପ୍ରାୟ ୧୨ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଅଶୋକ ଗେହଲତଙ୍କୁ ସମର୍ଥନ ଦେଇଛନ୍ତି। କଂଗ୍ରେସ ଭିତରେ ଆଶଙ୍କା ଦେଖାଦେଇଛି ଯେ ବିଜେପି ଏହି ସବୁ ସ୍ୱାଧୀନ ବିଧାୟକ ଓ ନିଜ ଦଳର କିଛି ବିଧାୟକମାନଙ୍କୁ ନିଜ ପଟକୁ ନେଇ ବା କର୍ଣ୍ଣାଟକ ଢଙ୍ଗରେ ଇସ୍ତଫା ଦିଆଇ କ୍ଷମତାକୁ ଆସିବାର ଯୋଜନା କରୁଛି। ଏଣୁ କଂଗ୍ରେସ ଉପରୋକ୍ତ ରାଜ୍ୟଗୁଡ଼ିକରେ ଭୟଭୀତ ଅବସ୍ଥାରେ ରହିଛି।

ସମ୍ବନ୍ଧିତ ଖବର