ମହାଭିଯୋଗ ମାମଲା: ଡେମୋକ୍ରାଟ୍‌ଙ୍କ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ମୋର ବିଜୟ ହେବ

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ନେଇ ଏବେ ଆମେରିକାରେ ସରଗରମ ରାଜନୀତି ଦେଖିବାକୁ ମିଳିଛି। ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଟମ୍ପ୍‌ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ୍‌ ଏବଂ ତାଙ୍କ ପୁଅ ବିରୋଧରେ ତଦନ୍ତ କରିବା ପାଇଁ କହିଥିବା ସଂକ୍ରାନ୍ତ ଫୋନ୍‌ ବାର୍ତ୍ତାାଳପା ସାମ୍ନାକୁ ଆସିବା ପରେ ଡେମୋକ୍ରାଟ୍‌ସମାନେ ଏହାକୁ ଜୋର୍‌ଦାର ବିରୋଧ କରିଛନ୍ତି ଏବଂ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ ଦୁର୍ଭାଗ୍ୟକୁ ତାଙ୍କ ବିରୋଧରେ ଡେମୋକ୍ରାଟ୍‌ସଙ୍କ ପାଖରେ ସଂଖ୍ୟା ରହିଛି। କିନ୍ତୁ ରିପବ୍ଲିକାନ୍‌ ପାର୍ଟି ଏହି ମାମଲାରେ ଏକଜୁଟ ରହିଥିବାରୁ ଆମେ ସିନେଟ୍‌ରେ ବିଜୟ ହାସଲ କରିବୁ ବୋଲି ଟ୍ରମ୍ପ୍‌ କହିଛନ୍ତି। ମହାଭିଯୋଗ ତଦନ୍ତରେ ସହଯୋଗ କରିବା କାର୍ଯ୍ୟ ଓକିଲଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ପୂର୍ବ ଉପରାଷ୍ଟ୍ରପତି ଜେ ବିଡେନ ଏବଂ ତାଙ୍କ ପୁଅ ହଣ୍ଟରଙ୍କ ତୈଳ କମ୍ପାନିକୁ ନେଇ ୟୁକ୍ରେନ୍‌ ସରକାରଙ୍କ ଦ୍ବାରା ତଦନ୍ତ ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର