ମାର୍ଚ୍ଚ ୨୯ରୁ ୩୧ ଆୟକର ଭବନ ଖୋଲା ରହିବ

ନୂଆଦିଲ୍ଲୀ : ଆଉ ମାତ୍ର ଦିନ କେତୋଟି ରହିଲା ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ହୋଇଯିବ । ସେଥିପାଇଁ ଆୟକରଦାତା ମାନେ ଏବେ ଚଳଚଞ୍ଚଳ ହୋଇପଡିଛନ୍ତି । ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷତାରିଖ ହେଉଛି ମାର୍ଚ୍ଚ ୩୧ ତାରିଖ । କିନ୍ତୁ ସମସ୍ୟା ହେଉଛି ଚଳିତ ସପ୍ତାହାନ୍ତରେ ଏକ ଲମ୍ବା ଛୁଟି ପଡୁଛି ।

 

ମାର୍ଚ୍ଚ ୨୯ ତାରିଖ ମହାବୀର ଜୟନ୍ତୀ ହୋଇଥିବାବେଳେ ୩୦ ତାରିଖ ହେଉଛି ଗୁଡ୍‌ ଫ୍ରାଇଡେ । ୩୧ ତାରିଖଟି ଆର୍ଥିକ ବର୍ଷର ଶେଷଦିନ ଓ ଶନିବାର । ୧ ତାରିଖ ରବିବାର ସାପ୍ତାହିକ ଛୁଟି । ଏଣୁ କ୍ରମାଗତ ୪ ଦିନ ଛୁଟି ଯୋଗୁଁ ଆୟକରଦାତାମାନେ ହଇରାଣ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଆୟକର ବିଭାଗ । ଆୟକର ଭବନ ଗୁଡିକ ମାର୍ଚ୍ଚ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଏ ସଂପର୍କରେ ଆୟକର ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । କିନ୍ତୁ ଏହି ୪ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ସମ୍ବନ୍ଧିତ ଖବର