ମୁମ୍ବାଇ ଦଳାଚକଟା ଘଟଣା: ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି, ମୋଦି

ମୁମ୍ବାଇ: ମୁମ୍ବାଇ ରେଲେଓ୍ଵ ଫୁଟ୍‌ ଓଭରବ୍ରିଜ୍‌ରେ ଦଳାଚକଟା ଘଟଣା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ରେଳମନ୍ତ୍ରୀ ପିୟୁଷ ଗୋୟଲ ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

ଶୁକ୍ରବାର ସକାଳେ ମୁମ୍ବଇସ୍ଥିତ ବ୍ୟସ୍ତବହୁଳ ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନର ଫୁଟ ଓଭରବ୍ରିଜ୍‌ରେ ଦଳାଚକଟା ହୋଇଥିଲା । ଫଳରେ ୨୨ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ, ରେଳବାଇ ପୁଲିସ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଅମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା ।

ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ମୋଦି ଟୁଇଟ୍‌ ଜରିଆରେ ପ୍ରକାଶ କରିଛନ୍ତି ।

ସହାୟତା ରାଶି ଘୋଷଣା: ରେଳବାଇ ଓ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ପୃଥକ୍‌ ଭାବେ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର