ମୋ ପାଇଁ ଏହା ଏକ ସାଧାରଣ କେସ୍ : ମୁକୁଲ ରୋହତଗୀ

ମୁମ୍ବାଇ : ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କୁ ଆଜି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି । ଏମାନଙ୍କୁ ଜାମିନ ମିଳିବାର ଶ୍ରେୟ ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କୁ ଦିଆଯାଉଛି । ତିନିଦିନ ଧରି ଚାଲିଥିବା ଶୁଣାଣିରେ ତାଙ୍କ ଦ୍ବାରା ରଖାଯାଇଥିବା ଅକାଟ୍ୟ ପ୍ରମାଣ ପରେ କୋର୍ଟ ଜାମିନ ଦେଇଥିଲେ ।

କିନ୍ତୁ ଏହି ସଫଳତାକୁ ନେଇ ଆନନ୍ଦିତ ହୋଇଥିଲେ ବି ରୋହତଗୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ସାଧାରଣ କେସ ପରି । କେବେ ବିଜୟ ମିଳେ ଓ କେବେ ପରାଜୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରୟନଙ୍କ ପାଖରେ ଡ୍ରଗ୍ସ ନଥିଲା ଓ ସେ ଖାଇ ମଧ୍ୟ ନଥିଲେ । ଏଣୁ ତାଙ୍କର ଗିରଫଦାରି ବେଆଇନ ଥିଲା ଓ ଏହା ଜାମିନ ପାଇଁ ଏକ ଉଚିତ ମାମଲା ଥିଲା ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨ରେ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ଏନସିବି ବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁୁ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା ।

ସମ୍ବନ୍ଧିତ ଖବର