ରାଜ କୁନ୍ଦ୍ରାଙ୍କ ପାଇଁ ବଢୁଛି ଅଡ଼ୁଆ: ଜାମିନ ଆବେଦନ ଖାରଜ କରି ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ଅଦାଲତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି | ଆଜି ତାଙ୍କର ହେପାଜତର ଅବଧି ସରୁଥିବା ବେଳେ ପୁଣି ଥରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଦିଆଯାଇଛି | ଅଶ୍ଳୀଳ ଭିଡିଓ ରାକେଟ୍ ମାମଲାରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି |

ବିଭିନ୍ନ ଆପ୍ ଜରିଆରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ତଥା ବିତରଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଜୁଲାଇ ୨୩ ଏବଂ ପରେ ଜୁଲାଇ ୨୭ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଥିଲା | ଆଜି ତାଙ୍କର ହେପାଜତର ଅବଧି ସରୁଥିବା ବେଳେ ପୁଣିଥରେ ତାଙ୍କୁ ୧୪ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି |

indiatoday.in

ମଙ୍ଗଳବାର ଦିନ ରାଜ କୁନ୍ଦ୍ରାଙ୍କ ଓକିଲ ଜାମିନ ଆବେଦନ କରି ଅଦାଲତକୁ କହିଥିଲେ ଯେ, ତଦନ୍ତ ଶେଷ ହୋଇଛି ଏବଂ ଏବେ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରାଯାଉ। ହେଲେ ମାଜିଷ୍ଟ୍ରେଟ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପର୍ଯ୍ୟନ୍ତ ରାଜଙ୍କଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ତାଙ୍କ ହେପାଜତର ଅବଧିକୁ ପୁଣି ବଢାଯାଇଥିବା ଜଣାପଡ଼ିଛି |

ସମ୍ବନ୍ଧିତ ଖବର