ରାଫେଲ ବିମାନରେ କଣ ଅସ୍ତ୍ର ଶସ୍ତ୍ର ଲାଗିଛି ସେ ସମ୍ପର୍କରେ ଚୀନ ଓ ପାକିସ୍ତାନକୁ ଜଣାଇବାକୁ ଚାହୁଁଛନ୍ତି ରାହୁଲ : ବିଜେପି

ନୂଆଦିଲ୍ଲୀ :  ରାଫେଲ ବିମାନ ପ୍ରସଙ୍ଗ ଦିନକୁ ଦିନ ଅଧିକ ସରଗରମ ହେବାରେ ଲାଗିଛି ।  ବିଶେଷକରି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସିସକୋ ହୋଲାଣ୍ଡେଙ୍କ ମନ୍ତବ୍ୟ ପରେ କଂଗ୍ରେସ ଏ ପ୍ରସଙ୍ଗରେ ଅଧିକ ଆକ୍ରାମକ ହୋଇପଡିଛି ।  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକ ବଡ଼ ଦୁର୍ନିତି କହି ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିବା ପରେ ବିଜେପି ମଧ୍ୟ ତାହାର କଡା ଜବାବ ଦେଇଛି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ରାଫେଲ ବିମାନରେ କଣ ଅସ୍ତ୍ରଶସ୍ତ୍ର ଲାଗିଛି ତାହା ରାହୁଲ ଜାଣିବାକୁ ଚାହୁଛନ୍ତି । ଚୀନ ଓ ପାକିସ୍ତାନକୁ ସହାୟତା କରିବା ପାଇଁ ସେ ଏପରି କହୁଛନ୍ତି  । କାରଣ ରାଫେଲରେ କଣ ଅସ୍ତ୍ରଶସ୍ତ୍ର ଲାଗିଛି ତାହା ଅତ୍ୟନ୍ତ ଗୋପନୀୟ ରଖାଯାଇଛି । କିନ୍ତୁ ଚୀନ ଓ ପାକିସ୍ଥାନ ପ୍ରରୋଚନାରେ ପଡି ରାହୁ ଏପରି ଦେଶଦ୍ରୋହୀ କାମ କରୁଛନ୍ତି । ଅନ୍ୟପକ୍ଷରେ ରାଫେଲ ବିମାନ ନିର୍ମାଣ କରୁଥିବା ଡାସାଲ୍ଟ କମ୍ପାନି ଭାରତରେ କାହାକୁ ନିଜର ଅଫସେଟ ପାର୍ଟନର ବାଛିବ ତାହା ତାହାର ନିଷ୍ପତ୍ତି । ସରକାରଙ୍କର ଏଥିରେ କିଛି ଭୂମିକା ନାହିଁ ।

ସମ୍ବନ୍ଧିତ ଖବର