ରେଳ ଆଗରେ ବାହାଦୂରୀ ନଦେଖାଇବାକୁ ଯୁବପିଢିଙ୍କୁ ରେଳମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବପିଢିଙ୍କୁ ରେଳଗାଡ଼ି ସାମନାରେ ସେଲଫି ଉଠାଇବା ନିଶା ଲାଗିଛି । ଏହି ସେଲଫି ନିଶାରେ ପଡ଼ି ଅନେକ ଯୁବକ ମୃତାହତ ହେଲେଣି, ତଥାପି ନିଶା ଛାଡ଼ିନି । ଆଜି ହାଇଦ୍ରାବାଦର ଜଣେ ଯୁବକ ରେଲଧାରଣା ଉପରେ ଥାଇ ସେଲଫି ଉଠାଇବା ବେଳେ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି । ଏହି ଖବରକୁ ନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ ବେଶ ଦୁଃଖ ପ୍ରକାଶ କରିବା ସହ ରେଲ ଗାଡି ବା ଧାରଣା ଉପରେ ବାହାଦୂରୀ ଦେଖାଇ ସେଲଫି ନ ନେବାକୁ ସେ ନିବେଦନ କରିଛନ୍ତି ।

 

ଏକ ଟ୍ଵିଟ୍‌ କରି ସେ କହିଛନ୍ତି ଯେ ଗତ କିଛି ଦିନ ଧରି ଦେଖାଯାଉଛି ଯେ ଯୁବକମାନେ ରେଳଗାଡ଼ି ସାମନାରେ ଷ୍ଟଣ୍ଟ କରି କିମ୍ବା ସେଲଫି ଉଠାଇବାବେଳେ ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହା ବେଶ ଦୁଃଖଦାୟକ । ଯୁବ ସମାଜ ଦେଶର ଭବିଷ୍ୟତ, ସେମାନେ ନିଜ ଜୀବନକୁ ବିପଦରେ ପକାଇବା ଉଚିତ ନୁହେଁ ବୋଲି ସେ ନିବେଦନ କରିଛନ୍ତି । ନିଜର ଏହି ଟ୍ଵିଟ୍‌ ସଂଦେଶ ସହ ରେଳମନ୍ତ୍ରୀ କେତେକ ଉପଦେଶ ମୂଳକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।

 

ସମ୍ବନ୍ଧିତ ଖବର