ଲାଇଭ୍‌ ନିଉଜ୍‌ ପଢୁଥିଲେ ୨ ଆଙ୍କର; ଜଣଙ୍କ ନାକରୁ ବାହାରିବାକୁ ଲାଗିଲା ରକ୍ତ, ତା’ ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କୋରିଆର ଏକ ନିଉଜ୍‌ ଚ୍ୟାନେଲରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଘଟଣାଟି ହେଉଛି, ଦୁଇଜଣ ଆଙ୍କର ଲାଇଭ୍‌ ନିଉଜ୍‌ ପଢୁଥିବା ବେଳେ ଜଣଙ୍କ ନାକରୁ ହଠାତ୍‌ ରକ୍ତ ବାହାରିବାକୁ ଲାଗିଥିଲା । କିନ୍ତୁ ଆଙ୍କର ଜଣଙ୍କ ସେଥି ପ୍ରତି ଧ୍ୟାନ ନ ଦେଇ ନିଉଜ୍‌ ପଢ଼ି ଚାଲିଥିଲେ । ଯେତେବେଳେ ତାଙ୍କର ସାଥୀ ଆଙ୍କର ଏଭଳି ଦୃଶ୍ୟ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଶ୍ଚର୍ଯ୍ୟ ହେବା ସହ ଅଟକିବା ପରିବର୍ତ୍ତେ ସାଥୀ ଆଙ୍କର୍‌ ଜଣକ ମଧ୍ୟ ନିଉଜ୍‌ ପଢ଼ି ଚାଲିଥିଲେ ।

 ସୋସିଆଲ ମିଡିଆରେ ଏହି ସମୟର ଏକ ଭିଡିଓ ପୋଷ୍ଟ କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଆଙ୍କରଙ୍କ ଏଭଳି କାମକୁ ସୋସିଆଲ ମିଡିିଆ ବ୍ୟବହାରକାରୀମାନେ ପ୍ରଶଂସା କରିବା ସହ ଭିଡିଓ ସେୟାର କରିବାରେ ଲାଗି ପଡ଼ିଛନ୍ତି । ତେବେ, ନାକରୁ ରକ୍ତ ବାହାରୁଥିବା ଆଙ୍କରଙ୍କ ନାମ ଝୁନ୍‌ ଇଲ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ପାକିସ୍ଥାନର ଜଣେ ଆଙ୍କର ଉପସ୍ଥାପନା କରୁଥିବା ବେଳେ ତାଙ୍କ ଉପରେ ନିଆଁର ଗୋଳା ପଡ଼ି ଯାଇଥିବା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର