୧୦୦ ଦିନରେ ଭାରତରେ କରୋନା ସଂକ୍ରମଣ ସୃଷ୍ଟି କଲା ନୂଆ ରେକର୍ଡ, ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଓଡିଶାରୁ ଗୋଟିଏ ଦିନରେ ୮୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତଥ୍ୟ ପୁଣିଥରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଯେଉଁ ହାରରେ ଭାରତରେ କରୋନା ସଂକ୍ରମଣ ବଢୁଛି, ତାହା ଗତ ୧୦୦ ଦିନର ରେକର୍ଡ ଭାଙ୍ଗିଛି । ଆଉ ଏହି ସଂକ୍ରମଣ ହାରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ସାରା ଦେଶରେ ଗୋଟିଏ ଦିନରେ ଯେତିକି ସଂକ୍ରମଣ ହୋଇଛି, ତାର ୬୪ ପ୍ରତିଶତ ସଂକ୍ରମଣ କେବଳ ମହାରାଷ୍ଟ୍ରରେ ହୋଇଛି । ଏହାରି ଭିତରେ ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି କଟକର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣକୁ ଦେଖିଲେ କେବଳ ଭାରତରେ ୩୫ ହଜାର ୮୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ୧୦୨ ଦିନ ଭିତରେ ସର୍ବାଧିକ । ମହାରାଷ୍ଟ୍ରରୁ ଗତ ୨୪ଘଣ୍ଟା ମଧ୍ୟରେ ୨୫ ହଜାର ୮୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ମୋଟ ସଂକ୍ରମଣର ୬୪ ପ୍ରତିଶତ । ଏହା ସହ ୫୮ଜଣଙ୍କର ମୃତ୍ୟୁ ହୋଇଛି। ଯଦି ଓଡ଼ିଶା କଥା ଦେଖିବା ତେବେ ୨୪ ଘଣ୍ଟା ମଧ୍ୟରେ …

Coronavirus Highlights: Maharashtra reports 16,620 new COVID-19 cases, night curfew imposed in Latur district - The Financial Express
The Financial Express

-ରାଜ୍ୟରେ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
-ସଙ୍ଗରୋଧରୁ ୪୯ ଜଣ ଟିହ୍ନଟ ହୋଇଛନ୍ତି
-ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୩୫ ଆକ୍ରାନ୍ତ
-କଟକ ଜିଲ୍ଲାରେ ବଢିଛି କରୋନା ସଂଖ୍ୟା
-କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ

ରାଜ୍ୟରେ ହଠାତ ସଂକ୍ରମଣ ସଂଖ୍ୟା ବଢିବା ଏବଂ କଟକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା କୋଉଠି ନା କୋଉଠି ପୁଣି ଥରେ କରୋନାକୁ ନେଇ ଭୟ ସୃଷ୍ଟି କରିଛି । ବଡ କଥା ହେଲା, କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଡିଟିଭ ବାହାରିବା ପରେ ଚିନ୍ତା ବଢିଛି । ଏହି ୧୨ ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ,କର୍ମଚାରୀ ରହିଛନ୍ତି । ସମସ୍ତ ପଜିଟିଭଙ୍କୁ ଏବେ କରୋନା ଗାଇଡଲାଇନ ଅନୁସାରେ ସଙ୍ଗରୋଧରେ ରଖାଯାଇଛି । ଆଜି କଲେଜରେ ଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ, ଅନ୍ୟମାନଙ୍କୁ ଘରକୁ ଯିବାକୁ ଦିଆଯିବ ବୋଲି କୁହାଯାଇଛି । ଗୋଟିଏ ପଟେ ଟିକାକରଣ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମଣ ସଂଖ୍ୟା ବଢିବା କରୋନା ଲେଉଟାଣିର ନୂଆ ଧାରା ସୃଷ୍ଟି କରିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର