ଶିବରାଜଙ୍କୁ ଘେରିଲେ କମଳନାଥ : ପ୍ରତାରଣାରେ ଗାଏବ ହୋଇଛି ବିକାଶ

ଭୋପାଳ : ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଆଜି ମଧ୍ୟପ୍ରଦେଶର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କମଳନାଥ ଜାରି କରିଥିବା ପତ୍ରରେ ଶିବରାଜଙ୍କୁ ପଚାରିଛନ୍ତି- ବିକାଶ ତୁମେ କେଉଁଠି ଅଛ, ଯେଉଁଠି ବି ଅଛ ପୁଣି ଫେରି ଆସ। ବିକାଶ ଏବେ ରାଜ୍ୟରେ ତା’ର ରଙ୍ଗ ଓ ଆକାର ହରାଇଛି ଏବଂ ଏହା ଅତ୍ୟନ୍ତ ଦୁର୍ବଳ ଓ ରୋଗଗ୍ରସ୍ତ ହୋଇଛି ବୋଲି କମଳନାଥ ଉଲ୍ଲେଖ କରିଛନ୍ତି। ଶିବରାଜଙ୍କ ପ୍ରତାରଣାରେ ଅତିଷ୍ଠ ହୋଇ ବିକାଶ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହୋଇଛି ବୋଲି ତାଙ୍କର କଟାକ୍ଷ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜେପି ଏହାର ଜବାବରେ କହିଛି ଯେ ମଧ୍ୟପ୍ରଦେଶରେ ନିରନ୍ତର ବିକାଶକୁ ଲୋକେ ଅନୁଭବ କରିଛନ୍ତି ଏବଂ ରାଜ୍ୟରେ ବିକାଶର ଧାରା ଅବ୍ୟାହତ ରହିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିକାଶ ରାଜନୀତିରେ କଂଗ୍ରେସ ନେତାମାନେ ଏତେ ଅସହିଷ୍ଣୁ କାହିଁକି ବୋଲି ଦଳ ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର