ଶ୍ରୀନଗର ପୁଲିସ ପୋଷ୍ଟ୍‍ରୁ ତିନୋଟି ରାଇଫଲ୍‌ ଛଡ଼ାଇ ନେଲେ ସନ୍ଦିଗ୍ଧ ଆତଙ୍କବାଦୀ

ଶ୍ରୀନଗର: ଗୁରୁବାର ରାତିରେ ଶ୍ରୀନଗର ଅନ୍ତର୍ଗତ ଡାଲ୍‌ଗେଟ୍‌ ଅଞ୍ଚଳରେ ଥିବା ଗାର୍ଡ ପୋଷ୍ଟ୍‍ ଠାରେ ଥିବା ପୁଲିସ କର୍ମଚାରୀଙ୍କ ଠାରୁ ସନ୍ଦିଗ୍‌ଧ ଆତଙ୍କବାଦୀମାନେ ତିନୋଟି ରାଇଫଲ ଛଡ଼ାଇ ନେଇଥିବା କଥା ଅଧିକାରୀମାନେ କହିଛନ୍ତି।

ଡାଲ୍‌ଗେଟ୍‌ ଅଞ୍ଚଳର ପର୍ଯ୍ୟଟକ ହବ୍‌ ଠାରେ ଥିବା ପୁଲିସ ପୋଷ୍ଟ୍‍ ଉପରେ ଆକ୍ରମଣ କରି ଉଗ୍ରବାଦୀମାନେ ପୁଲିସଙ୍କ ଠାରୁ ତିନୋଟି ସର୍ଭିସ୍‌ ରାଇଫଲ୍‌ ନେଇ ଖସି ଯାଇଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରି ଆକ୍ରମଣକାରୀଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛନ୍ତି। ଘଟଣା ସଂକ୍ରାନ୍ତରେ ଏବେ ବିଶେଷ କିଛି ସୂଚନା ଆସିନାହିଁ।

ଗୁରୁବାର ପର ଠାରୁ ସହରରେ ଏହା ହେଉଛି ଦ୍ୱିତୀୟ ବନ୍ଧୁକ ଛଡ଼ାଇ ନେବା ଘଟଣା। ସନ୍ଦିଗ୍ଧ ଆତଙ୍କବାଦୀମାନେ କଶ୍ମୀର ବିଶ୍ୱବିଦ୍ୟାଳୟ ବାହାର ହଜ୍‌ରତ୍‌ବଲ ଅଞ୍ଚଳରୁ ଜଣେ ପୁଲିସବାଲାର ରାଇଫଲ ନେଇ ପଳାଇ ଥିଲେ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଉକ୍ତ ପୁଲିସବାଲା ହିଲ୍‌ସ୍‌କାର୍ଟ ନାମକ ଏକ ହୋଟେଲ୍‌ରେ ପହରା ଦେଉଥିଲେ। ଦଳେ ସନ୍ଦିଗ୍ଧ ଆତଙ୍କବାଦୀ ବଳପୂର୍ବକୁ ସେଠାରେ ପ୍ରବେଶ କରି ସେମାନଙ୍କ ଠାରୁ ରାଇଫଲ୍‌ ନେଇ ପଳାଇଛନ୍ତି।

ସମ୍ବନ୍ଧିତ ଖବର