ଶ୍ରୀଲଙ୍କା ଆର୍ଥିକ ସଂକଟର କରୁଣ ଚିତ୍ର : ପେଟ୍ରୋଲ ନ ମିଳିବାରୁ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚିପାରିଲାନି ନବଜାତ, ମୃତ

କଲମ୍ବୋ : ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ଲୋକଙ୍କ ଜୀବନ ନେବା ଆରମ୍ଭ କରିଛି । ଇନ୍ଧନ, ଖାଦ୍ୟ, ଔଷଧ ଅଭାବରୁ ଲୋକମାନେ ମୃତ୍ୟୁବରଣ କରିବା ଘଟଣା ନିତିଦିନିଆ ହୋଇଗଲାଣି ।

ପେଟ୍ରୋଲ ନ ମିଳିବାରୁ ଏକ ନବଜାତ ଶିଶୁ ମୃତ୍ୟୁବରଣ କରିବା ପରି ଏକ କରୁଣ ଘଟଣା ଘଟିଛି ଏହି ଦ୍ବୀପରାଷ୍ଟ୍ରରେ । କଲମ୍ବୋଠାରୁ ୧୯୦ କିଲୋମିଟର ଦୂର ହାଲଡାମୁଲ୍ଲା ଗ୍ରାମରେ ରହୁଥିବା ଏକ ଦମ୍ପତ୍ତିଙ୍କ ମାତ୍ର ଦୁଇଦିନର ଶିଶୁକୁ କାମଳ ରୋଗ ହେବାରୁ ତାକୁ ହସପିଟାଲରେ ଭର୍ତ୍ତି କରିବା ଜରୁରୀ ଥିଲା  । ମାତ୍ର ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିଲା ଶ୍ରୀଲଙ୍କାରେ ଦେଖାଦେଇଥିବା ଇନ୍ଧନ ସଂକଟ । ନିଜ ଅଟୋରେ ପକାଇବାକୁ ମାତ୍ର ଗୋଟିଏ ଲିଟର ପେଟ୍ରୋଲ ଶିଶୁର ପିତା ଠିକ ସମୟରେ ଯୋଗାଡ଼ କରିପାରିଲେ ନାହିଁ । ଫଳରେ ପେଟ୍ରୋଲ ଯୋଗାଡ କରି ଅସୁସ୍ଥ ଶିଶୁକୁ ପ୍ରଥମେ ହଲଦାମୁଲ୍ଲା ଡାକ୍ତରଖାନା ନେବା ପରେ ସେଠାକାର ଡାକ୍ତର ତାକୁ ଦିୟାତାଲାଓ୍ବା ଡାକ୍ତରଖାନାର ଜରୁରୀକାଳୀନ ଓ୍ବାର୍ଡକୁ ପଠାଇଦେଇଥିଲେ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଡାକ୍ତରଙ୍କ ମତରେ ଠିକ ସମୟରେ ଶିଶୁଟି ଚିକିତ୍ସା ପାଇଥିଲେ ବଞ୍ଚିଯାଇଥାନ୍ତା ।

ଏହି ଘଟଣା ସଂପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଦିୟାତାଲାଓ୍ବା ଡାକ୍ତରଖାନାର ଜୁଡିସିଆଲ ମେଡିକାଲ ଅଫିସର ଡ. ଶଙ୍କର ରୋଶନ ପାଥିରାନା । ସେ ହିଁ ଉକ୍ତ ଶିଶୁର ଶବ ବ୍ୟବଚ୍ଛେଦ  କରିଥିଲେ ।

 

ସମ୍ବନ୍ଧିତ ଖବର