ସଂକଟରେ କମଲନାଥ ସରକାର, ଗୁରୁଗାଓଁ ହୋଟେଲରେ ୮ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ପାଇଁ ହଠାତ୍‌ ସଂକଟ ସୃଷ୍ଟି ହୋଇଛି। କଂଗ୍ରେସର ୪ ବିଧାୟକଙ୍କ ସମେତ କଂଗ୍ରେସ ମେଣ୍ଟର ୮ ଜଣ ବିଧାୟକଙ୍କୁ ଗୁରୁଗାଓଁର ଏକ ହୋଟେଲରେ ଦେଖିବ‌ାକୁ ମିଳିଛି। ଏହି ବିଧାୟକଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସେମାନେ ବିଜେପି ସହିତ ହାତ ମିଳାଇଥିବା କୁହାଯାଉଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି, ବିଜେପି ଜଣେ ଜଣେ ବିଧାୟକଙ୍କୁ ୨୫ରୁ ୩୫ କୋଟି ଟଙ୍କା ଦେଇ ଖରିଦ କରିବାକୁ ପ୍ରୟାସ କରୁଛି। ମଧ୍ୟପ୍ରଦେଶ ବିଧାନସଭାରେ ଏବେ ମୋଟ ୨୨୮ ବିଧାୟକ ଥିବାବେଳେ କଂଗ୍ରେସର ୧୧୪ ଏବଂ ବିଜେପିର ୧୦୭ ବିଧାୟକ ଅଛନ୍ତି। ବିଏସ୍‌ପିର ୨ ଜଣ ଏବଂ ସମାଜବାଦୀ ପାର୍ଟିର ‌ଜଣେ ବିଧାୟକ ଥିବାବେଳେ ୪ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଏଭଳି ସ୍ଥିତିରେ ୮ ଜଣ ବିଧାୟକ ମେଳି ବାନ୍ଧି ହୋଟେଲରେ ରହିବା ରାଜ୍ୟ ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର