ସଂକ୍ଷେପରେ…

ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆଜି ବିଏସ୍‌ଏଫ୍‌ର ଜଣେ ଏଏସ୍‌ଆଇ ଅଧିକାରୀ ନିଜ ସର୍ଭିସ୍‌ ରାଇଫଲ୍‌କୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ଅଧିକାରୀଙ୍କ ନାମ ସତପାଲ୍‌ ଜସୱଲ୍‌।
ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଜି ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ। ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି।
ଗତ ୧୦ ବର୍ଷ ମଧ୍ୟରେ ମୁମ୍ବାଇରେ ୮୪,୦୦୦ରୁ ଊର୍ଦ୍ଧ୍ବ ଅଗ୍ନିକାଣ୍ଡ ହୋଇଛି ଏବଂ ଏଥିଯୋଗୁଁ ୬୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି ବୋଲି ଶିବ ସେନା ଦାବି କରିଛି।
ତିତ୍‌ଲି ପରେ ଏବେ ପେଥାଇ ବାତ୍ୟା ଆନ୍ଧ୍ର କୃଷକଙ୍କୁ ତଳି ତଳାନ୍ତ କରିଦେଇଛି। ଆନ୍ଧ୍ର ଶ୍ରୀକାକୁଲମ୍‌ର ଜଣେ ୬୯ ବର୍ଷୀୟ ଚାଷୀ ବାତ୍ୟା ଜନିତ କ୍ଷତି ସହି ନପାରି ନିଜ ଚାଷଜମିରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି।
ହରିୟାଣା ନଗର ନିଗମ ଓ ନଗର ପାଳିକା ନିର୍ବାଚନରେ ବିଜେପି ବିଜୟ ହାସଲ କରିଛି। ୫ଟି ନଗର ନିଗମକୁ ଏହା ନିଜ କବ୍‌ଜାକୁ ନେଇଛି।

ସମ୍ବନ୍ଧିତ ଖବର