ସମସ୍ତ ଡାକ୍ତରଖାନା ଓ ଚିକିତ୍ସା ପ୍ରତିଷ୍ଠାନର କର୍ମଚାରୀଙ୍କ ଛୁଟି ବାତିଲ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ମଧ୍ୟରେ କ୍ବାରେଣ୍ଟିନ୍ ଆଦେଶକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ସମସ୍ତ ଡାକ୍ତରଖାନା ଏବଂ ଚିକିତ୍ସା ପ୍ରତିଷ୍ଠାନର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ଘରୋଇ କ୍ବାରେଣ୍ଟିନ୍ ରଣନୀତିକୁ ଶେଷ କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଶୁକ୍ରବାର ଆଦେଶ ଦେଇଥିଲେ। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣା ପଡିଲେ ତାଙ୍କୁ ଅତି କମରେ ପାଞ୍ଚ ଦିନ ପାଇଁ ବାଧ୍ୟତାମୂଳକ ସରକାରୀ କ୍ବାରେଣ୍ଟିନରେ ରଖାଯିବ। ଲକ୍ଷଣ କମିଯିବା ପରେ ରୋଗୀକୁ କ୍ବାରେଣ୍ଟିନ କେନ୍ଦ୍ରକୁ ଛାଡିବାକୁ ଅନୁମତି ଦିଆଯିବ।

Covid-19: Delhi govt cancels leaves of staff of state-run ...
Hindustan Times

ତେବେ କୋଭିଡ -୧୯ ରୋଗୀଙ୍କ ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ପାଞ୍ଚ ଦିନିଆ ସରକାରୀ କ୍ବାରେଣ୍ଟିନ ନିୟମକୁ କେଜ୍ରିୱାଲ ସରକାର ବିରୋଧ କରିଛନ୍ତି। ଶୁକ୍ରବାର ଦିନ ଡିଡିଏମଏ ବୈଠକରେରେ କେଜ୍ରିୱାଲ କହିଛନ୍ତି ଯେ, ଆଇସିଏମଆର ସମଗ୍ର ଦେଶରେ ଲକ୍ଷଣ ନଥିବା ତଥା ସାମାନ୍ୟ ଲକ୍ଷଣ ଥିବା କରୋନାଭାଇରସ ରୋଗୀଙ୍କ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ଦେଇଛି। ଯଦି ସମସ୍ତଙ୍କୁ ସରକାରୀ କ୍ବାରେଣ୍ଟିନରେ ରଖାଯାଏ ତେବେ ଜୁନ୍ ଶେଷ ସୁଦ୍ଧା ସହରକୁ ୧ଲକ୍ଷ ଶଯ୍ୟା ଆବଶ୍ୟକ ହେବ | ଏତେ କମ ସମୟ ମଧ୍ୟରେ ଏହି ଆବଶ୍ୟକତାକୁ ପୂରଣ କରିବା ଅସମ୍ଭବ |

ସମ୍ବନ୍ଧିତ ଖବର